ବ୍ୟାସନଗର ୦୨ ନଂ. ୱାର୍ଡର ଧର୍ମପରାୟଣ ମହିଳାଙ୍କ ଝାଡା ବାନ୍ତିରେ ବିୟୋଗ, ବିଭିନ୍ନ ମହଲରେ ଶୋକ
ବ୍ୟାସନଗର,୧୯/୬(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଅଧିକାରୀ ତଥା ଫେରୋକ୍ରୋମ କଲୋନି ଗେଟ ନିବାସୀ ପି.ଏନ.କେ ରାୟଙ୍କ ଧର୍ମପତ୍ନୀ ତଥା ଜଣେ ଧର୍ମପରାୟଣ ମହିଳା ଭାବେ ଜଣାଶୁଣା ଥିବା ସ୍ୱର୍ଣ୍ଣଲତା ରାୟଙ୍କ କିଛି ଦିନ ତଳେ ଝାଡାବାନ୍ତିରେ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରଲୋକ ହୋଇଯାଇଛି । ତାଙ୍କୁ ସ୍ଥାନୀୟ ବ୍ୟାସ ଶଶ୍ମାନରେ ସତ୍କାର କରାଯାଇଥିଲା । ଯଥାରୀତି ମତେ ଓ କୋଭିଡ଼ ନିୟମ ପାଳନ କରି ତାଙ୍କର କ୍ରିୟାକର୍ମ ମଧ୍ୟ ସଂପନ୍ନ ହୋଇଛି । ସେ ୦୨ ନଂ. ୱାର୍ଡର ଜଣେ ମୁରବୀ ଶ୍ରେଣୀର ମହିଳା ଥିଲେ । ତାଙ୍କ ୦୪ ପୁଅ ବୋହୁ ଓ ନାତି ନାତୁଣୀ ଅଛନ୍ତି । ସେ ‘ଅଞ୍ଜନା’ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସକ୍ରିୟ ସଭ୍ୟା ଥିଲେ । ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ‘ଅଞ୍ଜନା’ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ବିଦ୍ୟୁତ୍ପ୍ରଭା ରାୟ, ସଂପାଦିକା ବିଜୟଲକ୍ଷ୍ମୀ ପଣ୍ଡିତ୍, ବରିଷ୍ଠ ସଭ୍ୟା ଦମୟନ୍ତୀ ବଳ, ରମା ସାମଲ, ଇନ୍ଦୁମତୀ ସାହୁ, ଗୋଲାପ ମଲ୍ଲିକ, ବାସନ୍ତୀ ବେହେରା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଭଗବାନ ଶୋକ ସନ୍ତପ୍ତ ପରିବାରକୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ କାମନା କରିଛନ୍ତି ।