ବ୍ୟାସନଗରରେ ପ୍ରତ୍ୟକ୍ଷ ଜନ ଶୁଣାଣି ୨୫ ରେ

ଯାଜପୁର, ୨୧/୦୪ (ନି ପ୍ର ) : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ନିର୍ଦ୍ଦେଶ ଅନୁ୍‌ଯାୟୀ ଆସନ୍ତା ୨୫ ତାରିଖ, ସୋମବାର ସକାଳ ୭ ଘଟିକା ସମୟରେ କଳିଙ୍ଗ ନଗର ଊନ୍ନୟନ କର୍ତ୍ତୃପକ୍ଷଙ୍କ ସମ୍ମିଳନୀ ଗୃହରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଚକ୍ରୱର୍ତ୍ତି ସିଂହ ରାଠୋର ବିଭାଗୀୟ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । କୋଭିଡ୍ ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚ ପର ଠାରୁ ଏହି ଜନ ଶୁଣାଣି ବନ୍ଦ ରହିଥିଲା, ଯାହା ଗତ ୧୮ ତାରିଖରୁ ଜିଲ୍ଲା ସ୍ତରରେ ଆରମ୍ଭ କରାଯାଇଚ୍ଥି । ସାଧାରଣ ଜନତାଙ୍କ ହିତ ଦୃଷ୍ଟିରୁ ଏଣିକି ପ୍ରତି ସୋମବାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ତତ୍ତ୍ୱାବଧାନରେ ପ୍ରତ୍ୟକ୍ଷ ଜନ ଶୁଣାଣି ଅନୁଷ୍ଠିତ ହେବ । ଏହା ଦ୍ୱାରା ପ୍ରତ୍ୟେକ ସାଧାରଣ ଜନତା ଏହାର ସୁଫଳ ପାଇ ପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ରାଠୋର ପ୍ରକାଶ କରିଛନ୍ତି ।

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close