ଶ୍ୟାମସୁନ୍ଦରଙ୍କ ବିଲାତି ଚାଷ ନଷ୍ଟ ମୁଣ୍ଡ ବ୍ୟଥାର କାରଣ

ହାଟଡ଼ିହି; ୨୨/୦୪ (ଉ.ପ୍ର) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମ ନିବାସୀ ଶ୍ୟାମ ସୁନ୍ଦର ସେଣଙ୍କ ବିଲାତି ଚାଷ ନଷ୍ଟ ଚିନ୍ତାର କାରଣ। ଆଶା ଥିଲା ବିଲାତି ଚାଷ କରି ପରିବାର ପୋଷଣ କରିବେ। ତାଙ୍କର ସେହି ଆଶା ମଳିନ ପଡିଯାଇଥିବାର ଦେଖା ଦେଇଛି। ବହୁ ପରିଶ୍ରମ କରି ବିଲରେ ସେ ବିଲାତି ଚାଷ କରିଥିଲେ କିନ୍ତୁ ଦୀର୍ଘ ଦିନଧରି ବର୍ଷା ପାଣି ନଥିବାରୁ ତାଙ୍କର ସମ୍ପୂର୍ଣ୍ଣ  ବିଲାତିଚାଷ ନଷ୍ଟ ହୋଇଯାଇଛି। ଗଛ ଗୁଡିକ ପାଣି ନ ପାଇ ଶୁଖି ଯାଇଛି ଫଳରେ ବିଲାତି ଗୁଡିକର ଆକାର ଛୋଟ ହୋଇ ଶୁଖି ଯାଇଛି।ଏବେ ଶ୍ୟାମ ସୁନ୍ଦରଙ୍କ ଚିନ୍ତା ବିଲାତି ଚାଷର ଖଟାଇଥିବା ଟଙ୍କା ପାଇବେ କିପରି ତାଙ୍କର ପାରିଶ୍ରମିକ ଦେବ କିଏ? ଏ ନେଇ ତାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କୋଭିଡ ଭଳି ମହାମାରୀ ସମୟରେ ବିଲାତି ଚାଷ ନଷ୍ଟ  ତାଙ୍କ ହୃଦୟକୁ ବଡ଼ ଆଘାତ ପହଁଞ୍ଚାଇଛି, ପ୍ରଶାସନ ତରଫରୁ ସହାୟତା ପାଇଁ ସେ ଗୁହାରି କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close