ମୁଣ୍ଡମାଳ ହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ

ବ୍ୟାସନଗର; ୧୫/୦୪ ( ବସନ୍ତ କୁମାର ପାତ୍ରଙ୍କ ଠାରୁ) : ସ୍ଥାନୀୟ ମୁଣ୍ଡମାଳ ଠାରେ  ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି ହନୁମାନ ଜୟନ୍ତୀ। ମୁଣ୍ଡମାଳ ହନୁମାନ ମନ୍ଦିରରେ ଯଥାବିଧି ଅନୁସାରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି। କରୋନାର ପ୍ରକୋପ ଜାରି ରହିଥିବା ସ୍ଥଳେ  କୋଭିଡ ନିୟମାନୁଯାୟୀ ପୂଜାର୍ଚ୍ଚନା  ସୁଚାରୁ ରୁପେ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ଦୁର୍ଲଭ କଳା ପରିଷଦ ତରଫରୁ ଉଦୟବଟର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଭଜନ ସନ୍ଧ୍ୟା। ଏହି ସନ୍ଧ୍ୟାରେ ସହ ସମ୍ପାଦକ ଦୀପକ ରଞ୍ଜନ ପାଣିଗ୍ରାହୀ, ଯାଜପୁର ଜିଲ୍ଲା ପ୍ରତିନିଧି ବସନ୍ତ କୁମାର ପାତ୍ର , ଅଭୟ ସ୍ୱାଇଁ, ମଲ୍ଲିକ ମଉସା, ନିଲୁ ରାଉତ, ଲିପେଶ, ଜନ୍ମେଜୟ, ଧନଞ୍ଜୟ ଯୋଗ ଦେଇଥିଲେ। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close