‘ନାୟକ’ ଏସି କୋଚ୍ ବସ ଯାଜପୁରରୋଡ଼ର ଜହ୍ନା ନିକଟରେ ପଲଟିଲା, ୨୫ ଆହତ

ବ୍ୟାସନଗର, ୧୮ା୭(ବସନ୍ତ କୁମାର ପାତ୍ର/ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଆଜି ସକାଳ ପ୍ରାୟ ୦୬ଟା ପାଖାପାଖି ସମୟରେ ଜାତୀୟ ୧୬ନଂ ରାଜପଥର ଯାଜପୁର ଜିଲ୍ଲାର କୁଆଖିଆ ନିକଟସ୍ଥ ରସୁଲପୁର ବ୍ଲକ ସାମନା ରାସ୍ତାରେ ଥିବା ବ୍ରିଜ୍‌ଟି ପ୍ରାୟ ୩୦ଫୁଟ୍ ଓସାରରେ ୦୭-୦୮ଫୁଟ ତଳକୁ ଦବି ଯାଇ ଅଘଟଣ ସୃଷ୍ଟି କରିଥିବା ବେଳେ ଏହାର କିଛି ଘଂଟା ପରେ ଅପରାହ୍ନ ପ୍ରାୟ ୦୫ଟା ବେଳେ ଯାଜପୁରରୋଡ଼ ସହର ଉପକଣ୍ଠ ଜହ୍ନା ନିକଟରେ ‘ନାୟକ’ ନାମକ ଏକ ଏସି କୋଚ ବସ ରାସ୍ତା କଡ଼ ମାଟିରେ ଧସି ହୋଇ ରାସ୍ତା ତଳ ବିଲକୁ ପଲଟି ମାରିଛି । ବିଲରେ ଥିବା ପାଣିକୁ ଦୁର୍ଘଟଣାଗ୍ରସ୍ତ ହୋଇ ଚାଲିଯାଇଥିବା ଭୁବନେଶ୍ୱରରୁ କରଞ୍ଜିଆ ଯାଉଥିବା ଓଆର-୦୨-ବିଏସ-୦୦୪୫ ନଂ. ବିଶିଷ୍ଟ ବସଟି ପଲଟିି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ସମୟୋଚିତ ଉଦ୍ଧାର କାର୍ଯ୍ୟ ଯୋଗୁ କେହି ମୃତାହତ ହୋଇ ନ ଥିବା ବେଳେ ୨୫ଜଣ ଏଥିରେ ଆହତ ହୋଇଛନ୍ତି । ଜଣେ ଶିଶୁଙ୍କ ସମେତ ୦୪ ଜଣ ଗୁରୁତର ଥିବାର ଜଣାଯାଇଛି । ବସର ଡ଼୍ରାଇଭର ଓ ହେଲପର ଏଥିରେ ଗୁରୁତର ହୋଇଥିବାର ଜଣାଯାଇଛି । ୨୦ଜଣ ଆହତ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ୦୫ଜଣଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାର ଜଣାଯାଇଛି । ଘଟଣା ସ୍ଥଳକୁ ଯାଜପୁରରୋଡ଼ ଏସଡିପିଓ, ଥାନା ଅଧିକାରୀ, ଦମକଳ ବିଭାଗ ଆଦି ପହଂଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।
        ସୂଚନାଯୋଗ୍ୟ, ଯାଜପୁରରୋଡର ବେଣାପୁର-ଦଳା ପୂର୍ତ ବିଭାଗ ରାସ୍ତାରେ ଅତି ମନ୍ଥର ଗତିରେ କାମ ଚାଲୁଥିବା ବେଳେ ରାସ୍ତା ପାଶ୍ୱର୍ରେ ହେଉଥିବା କାମ ମନଇଚ୍ଛା କେତେମାସ ତଳୁ ଚାଲଇଛି । ରାସ୍ତାରେ ଡ଼ିଭାଇଡ଼ର ନିର୍ମାଣ କାର୍ଯ୍ୟ ମଧ୍ୟ ମନ୍ଥର ଓ ବେପରୁଆ ଭାବରେ ଚାଲିଛି । ପାଣିକୋଇଲି ଓ ଯାଜପୁରରୋଡ଼ର ପୂର୍ତ ବିଭାଗର ଅଧିକାଂଶ ଯନ୍ତ୍ରୀମାନେ ଠିକାଦାରଙ୍କୁ ସୁହାଇଲା ଭଳି କାମକୁ ଉସୁକାଇ ପି.ସି ଖାଇ କ୍ୱଚିତ୍ କାର୍ଯ୍ୟକ୍ଷେତ୍ରରେ ଉପସ୍ଥିତ ରହି ରାସ୍ତାର ମାନ ତଦାରଖ କରୁଥିବାର ଅଭିଯୋଗ ହେଉଛି । ଜିଲ୍ଲାରେ ଚାଲିଥିବା ବହୁ କାମ ଏବେ ଯନ୍ତ୍ରୀ ଓ ଅଧିକାରୀଙ୍କ ମର୍ଜିରେ ହେଉଥିବାର ଦେଖାଯାଉଥିବା ବେଳେ ଜନପ୍ରତିନିଧିମାନେ ମଧ୍ୟ ଏଥିପ୍ରତି ଉଦାସୀନ ରହୁଛନ୍ତି । ଜଣେ ଜଣେ ଯନ୍ତ୍ରୀଙ୍କ କୋଟି କୋଟି ଟଙ୍କାର ବେଆଇନ ସଂପତିକୁ ଭିଜିଲାନ୍ସ ବିଭାଗ ଠାବ କରିପାରୁ ନାହିଁ । ତେଣୁ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ଧନଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ୫-ଟି ଏବଂ ଦୁର୍ନିତୀ ନିବାରଣ ବିଭାଗ ଏସବୁ ଉପରେ ସଠିକ୍ ଭାବେ ତଦନ୍ତ କଲେ ବହୁ ଗୁମର ଫିଟନ୍ତା ବୋଲି କୁହାଯାଉଛି । ଟ୍ରେନ ଯାତ୍ରା ହେଉକି ସଡ଼କ ପଥରେ ଯାତ୍ରା ହେଉ ସବୁ ଏବେ ଆଶଙ୍କାର ଯାତ୍ରା ପାଲଟିଛି ବୋଲି ସର୍ବସାଧାରଣରେ ଭୟ ସୃଷ୍ଟି କରିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close