ମୁଖ୍ୟ ଶାସନ ସଚିବଙ୍କ ଯାଜପୁର ଜିଲା ଗସ୍ତ ଓ ବିଭିନ୍ନ କାର୍ଯ୍ୟର ସମୀକ୍ଷା

ଯାଜପୁର, ୦୭/୦୩ (ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଯାଜପୁର ଜିଲାର ବିକାଶକୁ ତ୍ୱରାନ୍ୱିତ କରାଯାଉଛି । ବିଭିନ୍ନ ମେଗା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯିବା ସହ ତାହାର ସୁଫଳ ଲୋକମାନଙ୍କୁ ଯଥା ଶୀଘ୍ର ମିଳିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଆଜି ରବିବାର ପୁର୍ବାହ୍ନରେ ଯାଜପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରିଥିଲେ । ପରେ ମନ୍ଦିର ଚତୁଃପାଶ୍ୱର୍ ପରିଦର୍ଶନ କରିବା ସହ ମନ୍ଦିରର ଉନ୍ନୟନ ପାଇଁ ୦୬ କୋଟି ୫୦ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ । ମା’ଙ୍କ ମନ୍ଦିରର ଉନ୍ନୟନ ଓ ଉନ୍ନତିକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଶ୍ରୀ ମହାପାତ୍ର ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ । ପରେ କୁସୁମା ପୋଖରୀ ପରିଦର୍ଶନ ସହ ତାହାର ଉନ୍ନତିକରଣ ପାଇଁ ସେ ବିଭିନ୍ନ ପରାମର୍ଶ ଦେଇଥିଲେ । ପରେ ପରେ ଶ୍ରୀ ମହାପାତ୍ର ଜିଲା ମୁଖ୍ୟ ଚିକିତ୍ସାଳୟର ସମ୍ପ୍ରସାରିତ ନିର୍ମାଣ କାର୍ଯ୍ୟକୁ ପରିଦର୍ଶନ କରିବା ସହ ପ୍ରକଳ୍ପ ସାରିବାକୁ ଧାର୍ଯ୍ୟ ହୋଇଥିବା ଦେଢ଼ ବର୍ଷ ସମୟସୀମା ମଧ୍ୟରେ ଏହା ଯେପରି ଲୋକଙ୍କ ସେବାରେ ଲାଗେ ସେ ସମ୍ପର୍କରେ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଜିଲା ସ୍କୁଲର ସ୍ମାର୍ଟ କ୍ଲାସକୁ ମୁଖ୍ୟ ସଚିବ ଅନୁଧ୍ୟାନ କରିବା ସହ ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାରେ କାର୍ଯ୍ୟକାରୀ ହେଉଥିବା ଓ ହେବାକୁ ଥିବା ବିଭିନ୍ନ ମେଗା ପ୍ରକଳ୍ପ ସମ୍ପର୍କରେ ମୁଖ୍ୟ ସଚିବ ସମୀକ୍ଷା କରିଥିଲେ । ଯାଜପୁର ଟାଉନ୍‌, ବ୍ୟାସନଗର, କଳିଙ୍ଗନଗର ଓ ଜିଲାର ଅନ୍ୟାନ୍ୟ ଅଂଚଳଗୁଡ଼ିକର ଉନ୍ନୟନ ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନାଗୁଡ଼ିକୁ ସେ ଅନୁଧ୍ୟାନ କରିଥିଲେ । ଏହାକୁ ଆଗାମୀ ଦିନରେ କିପରି କାର୍ଯ୍ୟକାରୀ କରାଯିବ ଏବଂ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ । ସେହିପରି ଡ଼ିଏମ୍‌ଏଫ୍ ଏବଂ ଓମ୍ବାର୍ଡ଼ସି ସହାୟତାରେ ଚାଲୁଥିବା କାର୍ଯ୍ୟ ଓ ପ୍ରସ୍ତୁତ ହୋଇଥିବା ଯୋଜନା କାର୍ଯ୍ୟକୁ ମଧ୍ୟ ଶ୍ରୀ ମହାପାତ୍ର ସମୀକ୍ଷା କରିଥିଲେ । ଜିଲାର ବିକାଶ ଓ ଉନ୍ନୟନ କାର୍ଯ୍ୟ ଅଗ୍ରାଧିକାର ଭିତିରେ କରାଯାଉଛି । ୪୦ ଏକର ଜମିରେ ପ୍ରଶାସନିକ ଭବନ ନିର୍ମାଣ ହେଉଛି । ସମସ୍ତ ସ୍କୁଲମାନଙ୍କର ପିଲାମାନେ ଯେପରି ବେଷ୍ଟ ଏଜୁକେଶନ ପାଇପାରିବେ ତାହା ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି । ଜୀବିକା ମିଶନ ମାଧ୍ୟମରେ ଲୋକମାନଙ୍କୁ କର୍ମନିଯୁକ୍ତି ମଧ୍ୟ ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ମାପାତ୍ର କହିଥିଲେ । ବ୍ୟାସନଗର ଓ କଳିଙ୍ଗନଗରରେ ମଧ୍ୟ ଏକାଧିକ ପ୍ରକଳ୍ପ ଚାଲୁ ରହିଛି । ଆଗକୁ ଏହାର ଉନ୍ନତିକରଣ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ କହିବା ସହ ଷଠିପୁର, ବ୍ୟାସନଗର ଓ କଳିଙ୍ଗନଗର ଇତ୍ୟାଦି ଅଂଚଳକୁ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲାପାଳ ଚକ୍ରବର୍ତି ସିଂ ରାଠୋର, ଆଇଏଏସ୍ ପ୍ରୋବେସନର ସଚିନ୍ ପାୱାର, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲିକ, ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ପ୍ରମୁଖ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ । ଜିଲାପାଳ ଶ୍ରୀ ରାଠୋର ପାୱାର ପଏଣ୍ଟ ପ୍ରେଜେଟେଂସନ୍ ମାଧ୍ୟମରେ ଜିଲାରେ କାର୍ଯ୍ୟକାରୀ ହେଉଥିବା ଓ ହେବାକୁ ଥିବା ଯୋଜନାଗୁଡ଼ିକର ନୀଳ ନକ୍ସା ପ୍ରଦର୍ଶନ କରିଥିଲେ ।

       ଶ୍ରୀ ମହାପାତ୍ର ବ୍ୟାସନଗର ପୈାରାଂଚଳର ଦଳାଠାରେ ଚାଲିଥିବା ଟାଉନହଲର ନିର୍ମାଣ କାର୍ଯ୍ୟ, ବ୍ୟାସ ସରୋବର ଓ ଯୋଡାବର ଠାରେ ଥିବା ‘ମାଇକ୍ରୋ କମ୍ପୋଷ୍ଟ ସେଂଟର’କୁ ପରିଦର୍ଶନରେ ଯାଇଥିବାର ଜଣାଯାଇଛି । ସୂଚନାଯୋଗ୍ୟ, ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଇଡ଼କଲର ଅଧ୍ୟକ୍ଷ ଅଛନ୍ତି । ଯାଜପୁରରୋଡର ‘ଇଡ଼କଲ ଫେରୋକ୍ରୋମ ଆଣ୍ଡ ଆଲୟେଜ’ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ଗତି କରୁଛି । ସେ ଦିନ ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ଆସି ଫେରୋକ୍ରୋମ ଅତିଥିଶାଳାରେ ପହଚିଂଥିଲେ । ସେଠାରେ ମଧ୍ୟାହ୍ନ ଭୋଜନ ପରେ ନିଗମ ମୁଖ୍ୟାଳୟରୁ ଆସିଥିବା କିଛି ପଦସ୍ଥ ଅଧିକାରୀ ଓ ଇଫ୍‌କାଲର ଏମ.ଡି ପି.ଏସ ରୟ, ସ୍ଥାନୀୟ ବିଧାୟକ ଅଶୋକ ବଳଙ୍କ ସହ ଅଳ୍ପ ଆଲୋଚନା କରି ସୁକିନ୍ଦାର କାଳିଆପାଣିକୁ ଗ୍ରସ୍ତ କରିଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close