ଧର୍ମଶାଳାର ପିତେଇ ମାଝୀ ପାଇଁ ୫-ଟି କେତେ ବାଟ ?

 

ଯାଜପୁର,୨୬/୨: ଦେଶର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଦଃୁଖୀ ଏବଂ ଗରୀବଙ୍କ ସ୍ୱାର୍ଥରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇଥାନ୍ତି । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଆରୁହା ପଂଚାୟତ କେହ୍ଲା ଗ୍ରାମର ପିତେଇ ମାଝୀ ଏବେ ଏ କ୍ଷେତ୍ରରେ ଗୋଟିଏ ବଡ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି । ପିତେଇ ପରି ଦଃୁଖୀ ମଣିଷ ଖୋଜିଲେ ବି ମିଳିବା କଷ୍ଟକର । ତେବେ ଏହି ପିତେଇ ପାଇଁ ୫-ଟି କେତେ ବାଟ ବୋଲି ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି ।
ଘଟଣାଟି ହେଉଛି କୋଷ୍ଠରୋଗୀ ପିତେଇଙ୍କ ପେଟ ପାଇଁ ଦାନା ଯୋଗାଡ କରିବା ପାଠିକର ପାଠ । ସେ କୋଷ୍ଠରୋଗ ପାଇଁ ଔଷଧ ଯୋଗାଡ କରି ପାରନ୍ତି ନାହିଁ । ସେଥିପାଇଁ ତାଙ୍କର ହାତ, ଗୋଡ ଆଙ୍ଗୁଠି ମଧ୍ୟ ଛିଣ୍ଡି ପଡିଥିଲା । ପିତେଇଙ୍କ ସ୍ୱାମୀ ବସନ୍ତ ବାର୍ଦ୍ଦକ୍ୟ ଭତା ପାଇବା ପାଇଁ ବହୁବାର ଆବେଦନ କରି ଆର ପାରିକୁ ଚାଲିଗଲେ ପଛେ ତାଙ୍କୁ କିନ୍ତୁ ବାର୍ଦ୍ଦକ୍ୟ ଭତା ପାଇପାରି ନ ଥିଲେ । ସ୍ୱାମୀ ବସନ୍ତ ଆର ପାରିକୁ ଯିବାର ବହୁ ଦିନ ପରେ ବି ପିତେଇ ପରି ସର୍ବହରାଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ବି ମିଳି ନଥିଲା । ଏହି ପଂଚାୟତରେ କାହିଁ କାହିଁ ଥିଲାବାଲା ବାବୁମାନେ ରାସନ ସାମଗ୍ରୀ ପାଉଥିବା ବେଳେ ପିତେଇଙ୍କୁ ରାସନ ବି ମିଳୁ ନଥିଲା । ପିତେଇଙ୍କୁ ନାଁ ମିଳୁଥିଲା ବିଧବା ଭତା ନାଁ ମିଳୁଥିଲା ଭିନ୍ନକ୍ଷମ ଭତା । ପିତେଇ ପାଖରେ ଭିନ୍ନକ୍ଷମ ପ୍ରମାଣ ପତ୍ର ଟିଏ ଯୋଗାଡ କରିବାର କ୍ଷମତା ବି ନ ଥିଲା । ପିତେଇ ପରିବାର ନାମରେ ଆବାସ ଯୋଜନାରେ ୯୦ ଦଶକରେ କୁଆଡେ ଆବାସ ଯୋଜନାରେ ଘର ମିଳି ଥିବାର ସରକାରୀ କାଗଜ କହୁଥିବା ବେଳେ ପିତେଇ କିନ୍ତୁ ଏ ବିଷୟରେ କିଛି ଜାଣନ୍ତି ନାହିଁ । ହେଲେ ଏହି ପଂଚାୟରେ କେତେ ଥିଲା ବାଲା ଥରକୁ ଥର ଏକାଧିକ ଥର ଆବାସ ଯୋଜନାରେ ଘର ପାଇଛନ୍ତି । କିନ୍ତୁ ପିତେଇ ପାଇଁ ଆଇନ ବାଡ ହୋଇ ଠିଆ ହୋଇ ଥିବାରୁ ତାକୁ ଆଉ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଉ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଲଢେଇ କରୁଥିବା ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଏଥିନେଇ ଗତ ସେପ୍ଟେମ୍ବର ୨୦ ତାରିଖରେ ସ୍ୱର ଉଠାଇବା ସହ ପିତେଇର ଘରେ ପଂହଚିଥିଲେ । ସତୀଶ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ଅତିରିକ୍ତ ଜିଲ୍ଲପାଳ ମିହିର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏଥିନେଇ ପ୍ରଶାସନିକ ତଦନ୍ତ ହେବା ସହ ପିତେଇଙ୍କ ଘରକୁ ମଧ୍ୟ ସହାୟତାର ସୁଅ ଛୁଟିଥିଲା । ଏହାପରେ ପିତେଇଙ୍କୁ ରାସନ ସାମଗ୍ରୀ ମିଳିବା ସହ ତାଙ୍କୁ ତୁରନ୍ତ ହରିଶ୍ଚନ୍ଦ୍ର ଯୋଜନାରେ ସରକାରୀ ସହାୟତା ମିଳିଥିଲା । ଏପରିକି ପିତେଇଙ୍କୁ ମଧ୍ୟ ପିଛିଲା ତାରିଖରୁ ଭତା ମିଳିଥିଲା । ସତୀଶଙ୍କ ଅଭିଯୋଗ ଆଧାରରେ ତଦନ୍ତ ବେଳେ ଅସହାୟ ପିତେଇଙ୍କ କୋଷ୍ଠ ରୋଗର ଅବସ୍ଥା ସେ ସମୟରେ ଗୁରୁତର ଥିବାର ଜଣା ପଡିଥିଲା । ତଦନ୍ତରେ ଆସିଥିବା ପ୍ରଶାସନିକ ଦଳ ମଧ୍ୟ ରିପୋର୍ଟ ପ୍ରଦାନ କରିଥିଲେ । ଏହାପରେ ୬ ମାସ ବିତିଥିଲେ ମଧ୍ୟ କେଉଁ କାରଣରେ ପିତେଇଙ୍କ ଚିକିତ୍ସା ପାଇଁ ପ୍ରଶାସନିକ ପଦକ୍ଷେପ ନିଆଗଲା ନାହିଁ ? ଯେଉଁଥିପାଇଁ ୬ ମାସ ପରେ ଗଣମାଧ୍ୟମରେ ଏହା ପୁଣି ପ୍ରସଙ୍ଗ ହୋଇ ସରକାର ଏବଂ ସରକାରୀ କଳର ଦକ୍ଷତା ଏବଂ ଦାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କଲା । ପିତେଇଙ୍କର ଦୁନିଆରେ କେହି ନ ଥିବା ବେଳେ ପ୍ରଶାସନ ଏଭଳି ଦଃୁଖୀଙ୍କୁ ଖୋଜି ଖୋଜି ସହାୟତାର ହାତ ବଢାଇବା କଥା । ଏହାଛଡ଼ା କୋଷ୍ଠରୋଗ ନିରାକରଣ ପାଇଁ ମଧ୍ୟ ବିଭାଗ ରହିଛି । ଏଭଳି ଦଃୁଖୀ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ଯାବତୀୟ ଯୋଜନା କରିଛନ୍ତି । ହେଲେ ସ୍ୱାସ୍ଥ୍ୟସେବା ପାଇଁ ଥିବା ସବୁ ଯୋଜନାରୁ ବଂଚିତ ପିତେଇ ଏ କ୍ଷେତ୍ରରେ ଗୋଟିଏ ବଡ ଦୃଷ୍ଟାନ୍ତ ସାଜିଛି । ପିତେଇ ମାଝୀଙ୍କ ପରି ଦଃୁଖୀ ମଣିଷଙ୍କ ପାଇଁ ୫-ଟି କାର୍ଯ୍ୟକାରୀ ହେଲେ ବାସ୍ତବ ସଫଳ ରୂପାୟନ ହେବ । ଏ କ୍ଷେତ୍ରରେ କାର୍ଯ୍ୟରେ ଅବହେଳା କରିଥିବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ୫-ଟି ଆଧାରରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁ୍‌ଷ୍ଠାନ ପାଇଁ ସତୀଶ ଦାବି କରିଛନ୍ତି । ନୋଚେତ ଏଥିନେଇ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି ସେ କହିଛନ୍ତି । ପ୍ରକାଶଥାଉକି, ଔଷଧ ଏବଂ ଚିକିତ୍ସା ଅଭାବରୁ ଏବେ ପିତେଇଙ୍କ ଅବସ୍ଥା ସଂକଟଜନକ ରହିଛି । ଏନେଇ ପୁନଶ୍ଚ ସ୍ୱର ଉଠିବା ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗୋଟିଏ ଦଳ ପହଂଚି ତାଙ୍କର ଶରୀରର ବିଭିନ୍ନ ସ୍ଥାନରେ ବ୍ୟାଣ୍ଡେଜ କରିବା ସହ ଚିକିତ୍ସା କରି ଫେରିଛନ୍ତି । ତେବେ ଏହି କାର୍ଯ୍ୟ ଆଗରୁ କାହିଁକି କରାଯାଉ ନଥିଲା ଏବଂ ୬ ମାସ ପୂର୍ବରୁ ତଦନ୍ତରେ ଆସିଥିବା ପ୍ରଶାସକମାନେ ଏଥିନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ କି ନାହିଁ, ଯଦି ଜଣାଇଥିଲେ ତେବେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏନେଇ କାହିଁକି ଚୁପ ଥିଲେ ୫-ଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close