ହେଡ଼ମାଷ୍ଟ୍ରେ ମଦନମୋହନ ଓଝାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଯାଜପୁର/ଦାନଗଦି;୦୧/୦୨: (ବସନ୍ତ କୁମାର  ପାତ୍ରଙ୍କ ଠାରୁ):- ଦାନଗଦି ବ୍ଲକ ର ଦାନଗଦି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ମଦନ ମୋହନ ଓଝାଙ୍କ ଅବସରରେ ଦାନଗଦି ପ୍ରାଥମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ରାଜ୍ଯ ଶିକ୍ଷକ ସଂଘ, ଜିଲ୍ଲା ଶିକ୍ଷକ ସଂଘ ଓ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଶ୍ରୀଯୁକ୍ତ ଓଝାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ହେଡ଼ ମାଷ୍ଟ୍ରେ ମଦନ ମୋହନ ଓଝା ଜଣେ ଶାନ୍ତ,ସରଳ, ମିଷ୍ଟଭାଷୀ, ମେଳାପୀ ଓ ସ୍ନେହୀ ଶିକ୍ଷକ ଥିଲେ l ତାଙ୍କ ଶିକ୍ଷକତା  ସମୟରେ ପିଲାମାନଙ୍କ ପ୍ରତି ଭଲପାଇବା, ସହକର୍ମୀଙ୍କ ପ୍ରତି ଭଲପାଇବା ସବୁ ଦିନ ପାଇଁ ମନେରହିଥିବ । ଅନେକ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବା ପାଇଁ ସେ  ମାର୍ଗଦର୍ଶନ କରାଇଛନ୍ତି l ସେ ପ୍ରଥମେ ବନଦୁର୍ଗା ଏମ ଇ ସ୍କୁଲ କଇଥାରେ ଶିକ୍ଷକତା ପରେ ଶେଷରେ୨୦୧୭ ମସିହାରୁ ୨୦୨୧ ପଯ୍ୟନ୍ତ ଦାନଗଦି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦାଇତ୍ଵ ତୁଲାଉ ଥିଲେ l  ୩୧ ଜାନୁଆରୀ  ୨୦୨୧ ମସିହାରେ ତାଙ୍କର ଚାକିରି ଜୀବନ ଶେଷ ହୋଇଛି l ଏହି ସମ୍ବର୍ଦ୍ଧନା ସଭାକୁ ଦୀପ ପ୍ରଜ୍ବଳିତ କରି  ଉଦ୍ଘାଟନ କରିଥିଲେ  ପୂର୍ବତନ BRC ଦାନଗଦି ବ୍ଲକର    ଅମୀୟ କୁମାର ରାଉତ ,  ଅବସର ପ୍ରାପ୍ତ BRC ସୁଧାଂଶୁ ଶେଖର ମିଶ୍ର ସଭାପତିତ୍ଵ କରିଥିଲେ ।ଶିକ୍ଷକ ଶ୍ରୀଯୁକ୍ତ ବଳରାମ ଆଇଚ, ସଭା ପରିଚାଳନା କରିଥିଲେ । ଦାନଗଦି ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ଶ୍ରୀମତୀ ଚିନ୍ମୟୀ ପଣ୍ଡା, ଶ୍ରୀମତୀ ଅନୁପମା ମିଶ୍ର ଏବଂ ଶ୍ରୀମତୀ ସୁନିତା ଜାମୁଦା ପ୍ରମୁଖ   ଉକ୍ତ ସଭାରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀଯୁକ୍ତ ଓଝାଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ l

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close