ଯାଜପୁର ୫ମ ଜିଲ୍ଳ୍‌ା ପରିଷଦର ଏକାଦଶତମ ବୈଠକ ଅନୁଷ୍ଠିତ

ଯାଜପୁର, ୧୩ା୧ : ସ୍ୱାସ୍ଥ୍ୟ, ଶିକ୍ଷା ଓ ପାନୀୟ ଜଳ ଜଳି ମୈାଳିକ ସମସ୍ୟାର ସମାଧାନ ସହ କିପରି ଲୋକ ମାନଙ୍କୁ ଉପଯୁକ୍ତ ସେବା ଯୋଗାଯାଇପାରିବ ସେଥିପ୍ରତି ବିଭାଗ ଗୁଡିକ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଜିଲ୍ଳ୍‌ା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ ୫ମ ଜିଲ୍ଳ୍‌ା ପରିଷଦର ଏକାଦଶ ସାଧାରଣ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାନ୍ତି କରୋନା ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗ ଓ କରୋନା ସମୟରେ କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କରୋନାରେ ମୃତ୍ୟୁବରଣ କରିଥିବା ଜିଲ୍ଳ୍‌ାର ୩୪ ଜଣଙ୍କ ପାଇଁ ପ୍ରାରମ୍ଭରେ ଏକ ମିନିଟ୍ ନୀରବ ପ୍ରାର୍ଥନା ଓ ଶୋକ ବ୍ୟକ୍ତ କରାଯାଇଥିଲା । ଜିଲ୍ଳ୍‌ାର ସାମଗ୍ରିକ ବିକାଶ ବେଶ ସନ୍ତୋଷ ଜନକ ଓ ଏମ.୍‌ଜି.ଏନ୍‌.ଆର.ଇ.ଜି.ଏସ୍‌. ରେ ଜିଲ୍ଳ୍‌ା ପ୍ରଥମ ହୋଇଚ୍ଥି ବୋଲି କହିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି କହିବା ସହ ଶ୍ରୀ ମହାନ୍ତି ଦାୟିତ୍ୱରେ ଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଳ୍‌ାପାଳ ଚକ୍ରୱର୍ତ୍ତୀ ସିଂ ରାଠୋର ଓ ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ ଙ୍କୁ ପ୍ରାରମ୍ଭରେ ସଦସ୍ୟମାନେ ପୁଷ୍ପ ଗୁଚ୍ଚ୍ଥ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଜିଲ୍ଳ୍‌ାପାଳ ଶ୍ରୀ ରାଠୋର ଜିଲ୍ଳ୍‌ାର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । କୋଭିଡରେ ଜିଲ୍ଳ୍‌ା ବେଶ୍ ଭଲ କାମ କରିଚ୍ଥି ଓ ବର୍ତ୍ତମାନ ମାତ୍ର ୨ଜଣ ରୋଗୀ ଚିକିତ୍ସାଧିନ ଅଚ୍ଥନ୍ତି ବୋଲି ସେ କହିଥିଲେ । ଅପର ପକ୍ଷରେ ଚଳିତ ବର୍ଷ ପ୍ରତ୍ୟେକ ପଞ୍ଚାୟତର ୨ ଟି ସ୍ଥାନରେ ୨ ଏକରର ପୋଖରୀ ଓ ଅନ୍ୟ ୧ ରୁ ୨ ଏକର ମଧ୍ୟରେ ବୃକ୍ଷ ରୋପଣ କରାଯିବ ବୋଲି ସୂଚନା ଦେଇ, ଏଥି ନିମନ୍ତେ ପ୍ରତି ପ୍ରକଳ୍ପ ପାଇଁ ୫୦ ଲକ୍ଷ ଟଙ୍କା ବିନିଯୋଗ କରାଯିବ ବୋଲି ସେ କହିଥିଲେ । ତେଣୁ ଲୋକ ପ୍ରତିନିଧି ମାନେ ପ୍ରକଳ୍ପ ସ୍ଥଳ ନିର୍ଣ୍ଣୟ କରି ନିର୍ଦ୍ଧାରିତ ପ୍ରକଳ୍ପ ସଂପର୍କରେ ସ୍ଥାନୀୟ ବି.ଡି.ଓ. ଙ୍କୁ ତୁରନ୍ତ ଅବଗତ ପାଇଁ ସେ ଅନୁରୋଧ କରିଥିଲେ । ପ୍ରଥମ ପର୍ଯ୍ୟାୟରେ କରୋନା ଟୀକାକରଣ ପାଇଁ ଜିଲ୍ଳ୍‌ାର ୧୧୮୬୨ ଜଣ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ଚିହ୍ନଟ କରାଯାଇଚ୍ଥି । ୫ ଟି କେନ୍ଦ୍ରରେ ଚଳିତ ମାସ ୧୬ ତାରିଖ ଠାରୁ ଏହି ଟୀକାକରଣ ଆରମ୍ଭ ହେବ । ପ୍ରତି କେନ୍ଦ୍ରରେ ୧୦୦ ଜଣଙ୍କୁ ଟୀକା ଦିଆଯିବ ବୋଲି ସି.ଡି.ଏମ୍‌.ଓ. ଡା. ସୁଧାଂଶୁ ଶେଖର ବଳ ସୂଚନା ଦେଇଥିଲେ । ଅପର ପକ୍ଷରେ ଜନନୀ ଶିଶୁ ସୁରକ୍ଷା ଯୋଜନାରେ ଜିଲ୍ଳ୍‌ାର ୧୬ ଟି ମେଡିକାଲରେ ମା ଓ ନବଜାତ ଶିଶୁ ମାନଙ୍କୁ ମାଗଣାରେ ଯାତାୟତ, ରକ୍ତ, ଖାଦ୍ୟ, ରୋଗ ଚିହ୍ନଟକାରୀ ପରୀକ୍ଷା ଓ ଆଡମିଶନ କରାଯାଉଚ୍ଥି । ଜନନୀ ସୁରକ୍ଷା ଯୋଜନାରେ ଚିକିତ୍ସା କେନ୍ଦ୍ରରେ ପ୍ରସବକୁ ଉତ୍ସାହିତ ପାଇଁ ମା ମାନଙ୍କୁ ଗ୍ରାମାଞ୍ଚଳ ପାଇଁ ୧୪୦୦ ଟଙ୍କା ଓ ସହରାଞ୍ଚଳ ୧୦୦୦ ପାଇଁ ଟଙ୍କାର ସହାୟତା ଦିଆଯାଉଚ୍ଥି । ଗ୍ରାମରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ୨୬୨ ଟି ସବ ସେଣ୍ଟରକୁ ୨୦ ହଜାର ଟଙ୍କାର ଅନଟାଏଡ ପଂଣ୍ଡ ପ୍ରଦାନ କରାଯାଇଚ୍ଥି । ଜିଲ୍ଳ୍‌ାରେ ୧୮୬୨ ଆଶା କର୍ମୀ ସ୍ୱାସ୍ଥ୍ୟସେବା ଯୋଗାଉଚ୍ଥନ୍ତି । ସମସ୍ତଙ୍କୁ ସାଇକେଲ, ପୋଷାକ, ଡ୍ରଗ କିଟ୍ ଓ ପାଂଷ୍ଟଏଡ କିଟ୍ ଯୋଗାଇ ଦିଆଯାଇଚ୍ଥି । ଜିଲ୍ଳ୍‌ାରେ ମୋଟ ୨୬୩ ଡାକ୍ତର ପଦବୀ ମଧ୍ୟରୁ ୧୨୨ ଜଣ ରହିଚ୍ଥନ୍ତି । ଖାଲି ପଦବୀ ପୂରଣ ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଚ୍ଥି । ସେହିପରି ୬୬ ଜଣ ଆୟୁଷ ଡାକ୍ତର କାର୍ଯ୍ୟରତ ଅଚ୍ଥନ୍ତି ବୋଲି ଡା. ବଳ ସୂଚନା ଦେଇଥିଲେ । ୧୫୩୭ ଟି ଗ୍ରାମ କଲ୍ୟାଣ ସମିତିକୁ ଗ୍ରାମରେ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ୧୦ ହଜାର ଟଙ୍କା ଓ ରୋଗୀ କଲ୍ୟାଣ ସମିତିକୁ ବିଭିନ୍ନ ସ୍ତରର ଚିକିତ୍ସାଳୟ ପାଇଁ ୫୦ ହଜାର ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ପ୍ରଦାନ କରାଯାଉଚ୍ଥି । ଶିଶୁ ଓ ମା ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଟୀକାକରଣରେ ଜିଲ୍ଳ୍‌ା ଶତକଡା ୯୫ ଭାଗ ସପଂଳତା ରହିଚ୍ଥି ।
ଜିଲ୍ଳ୍‌ାର ୨୭୫୮ ଅଙ୍ଗନୱାଡି କେନ୍ଦ୍ରରେ ପ୍ରତି ମାସରେ ଥରେ ଗ୍ରାମ୍ୟ ସ୍ୱାସ୍ଥ୍ୟ ପୃଷ୍ଟିକର ଦିବସ ପାଳିତ ହେଉଚ୍ଥି । ୨୩ ଟି ୧୦୨ ଓ ୨୩ ଟି ୧୦୮ ଆମ୍ୱୁଲାନ୍ସ ସେବା ଯୋଗାଯାଇଚ୍ଥି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଡାକ୍ତରଖାନାରେ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ପ୍ରଦାନ କରାଯାଉଚ୍ଥି । ୩୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ରକ୍ତଚାପ, କର୍କଟ, ମଧୁମେହ ରୋଗର ନିୟମିତ୍ତ ଯାଞ୍ଚ ମାଗଣାରେ କରାଯାଉଚ୍ଥି ବୋଲି ଶ୍ରୀ ବଳ ସୂଚନା ଦେଇଥିଲେ । ସଦସ୍ୟ ମାନେ ସ୍ୱାସ୍ଥ୍ୟ ସେବା ସଂପର୍କରେ ବିବିଧ ସମସ୍ୟା ଉପସ୍ଥାପନ କରିଥିଲେ । ଯାହାକୁ ସମାଧାନ କରାଯିବ ବୋଲି ସ୍ଥିର ହେଲା । ଜିଲ୍ଳ୍‌ାରେ ୮ ଟି ବ୍ଳ୍‌କରେ ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ପ୍ରଦାନର ବ୍ୟବସ୍ଥା ହେଉଚ୍ଥି ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅମୀୟ ପରିଜା ସୂଚନା ଦେଇଥିଲେ । କାର୍ଯ୍ୟ ଆରମ୍ଭ ସମୟରେ ବିଭିନ୍ନ ପ୍ରକଳ୍ପ ଗୁଡିକ ସ୍ଥଳରେ ସୂଚନା ପଂଳକ ଲାଗିବ । ଯାହା ପଂଳରେ ସମସ୍ତେ ପ୍ରକଳ୍ପ ସଂପର୍କରେ ଅବଗତ ହୋଇପାରିବେ ବୋଲି ସ୍ଥିର ହେଲା । ଏମ୍‌.ଜି.ଏନ୍‌.ଆର.ଇ.ଜି.ଏସ୍‌. ରେ ୨୦୨୦-୨୧ ବର୍ଷର ମୋଟ ୨୭ ଲକ୍ଷ ୭୨ ହଜାର ୩୯୯ କର୍ମ ଦିବସର ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୬ ଲକ୍ଷ ୨୫ ହଜାର ୬୫୫ କାର୍ଯ୍ୟ ଦିବସ ହୋଇଚ୍ଥି । ଯାହାଦ୍ୱାରା ଡିସେମ୍ୱର ୧୫, ୨୦୨୦ ଠାରୁ ଜିଲ୍ଳା ପ୍ରଥମ ସ୍ଥାନରେ ରହିଚ୍ଥି ବୋଲି ସଂଯୋଜକ ଚିନ୍ମୟ ସିଂ ପ୍ରକାଶ କରିଥିଲେ । ମୋ ଉପକାରୀ ବଗିଚା, ଗାଈ ଓ ଚ୍ଥେଳି ଗୁହାଳ ଇତ୍ୟାଦି ପ୍ରକଳ୍ପ ସଂପର୍କରେ ଆଲୋଚନା କରାଯିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ବି.ଡି.ଓ. ମାନଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଜିଲ୍ଳ୍‌ା ପରିଷଦର ଉପସଭାପତି ଅମୂଲ୍ୟ ବାଳା ପାତ୍ର , ସମସ୍ତ ସଦସ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ସାଂସଦ ଓ ବିଧାୟକଙ୍କ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close