ବ୍ୟାସନଗର ପୌରାଞ୍ଚଳ ମୁଣ୍ଡମାଳରେ ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ

ବ୍ୟାସନଗର ; ୧୭/୧୨ :(ବସନ୍ତ କୁମାର ପାତ୍ରଙ୍କ ଠାରୁ) ବୁଧବାର ବ୍ୟାସନଗର ପୋୖରାଞ୍ଚଳ ସ୍ଥିତ ମୁଣ୍ଡମାଳରେ ଲକ୍ଷ୍ମୀନାରାୟଣ ପୂଜାର ଶୁଭାରମ୍ଭ ହୋଇଯାଇଛି। କୋଭିଡ ନିୟମାନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଭଳି ଏବର୍ଷ ପୂଜା ଏତେ ଆଡମ୍ବରରେ ନହୋଇ ସ୍ୱଳ୍ପ ଆୟୋଜନରେ କରାଯାଇଛି। ଲକ୍ଷ୍ମୀନାରାୟଣ କମିଟିର କର୍ତା କେଶବ ଚନ୍ଦ୍ର ବେହେରାଙ୍କ ଦ୍ଵାରା ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିରେ କମିଟିର ସଦସ୍ୟ ମନୁଆ ସାହୁ,ପଙ୍କଜ ପ୍ରଧାନ,ଚକ୍ରଧର ସାହୁ,କାଳନ୍ଦୀ ରାଉତ, ଗଣିଆ ସ୍ବାଇଁ, କୁନା ସୁବୁଦ୍ଧି,ଅଶୋକ ଯେନା, ଦେବ ରାଉତ, କୂଳମଣି ପରିଡ଼ା, ବଳରାମ ପାଢ଼ୀ, ବଳରାମ ଦାସ,ମିନୁ ମିଶ୍ର,ବିଶ୍ୱଜିତ ପଣ୍ଡା ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close