ଧର୍ମଶାଳାରେ ରାଜନୈତିକ ହିଂସା, ବି.ଜେ.ଡି କର୍ମୀଙ୍କୁ ଆକ୍ରମଣ

ଯାଜପୁର, ୭/୧୨: ଯାଜପୁର ଜିଲ୍ଲାର ଧର୍ମଶାଳାରେ କିଛି ଦିନ ହେଲା ଶାସକ ବିଜେଡି ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ବିଜେଡି ନେତା ସତୀଶ ବିଶ୍ୱାଳ ଓ ତାଙ୍କ ଗୋଷ୍ଠୀ ଧର୍ମଶାଳାରେ ଚାଲିଥିବା ସ୍ୱେଚ୍ଛାଚାର ଏବଂ ଦୁର୍ନିତି ଶାସନ ଉପରେ ସ୍ୱର ଉତୋଳନ କରୁଛନ୍ତି । ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରାଯିବା ପରେ ସୋମବାର ବୃନ୍ଦାଦେଇପୁର ପଂଚାୟତର ଜଣେ ନବୀନ ପ୍ରେମୀ ତଥା ବିଜେଡି କର୍ମୀ ରଂଜନ ଦାସଙ୍କୁ ବିଧାୟକଙ୍କ ସମର୍ଥକମାନେ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ତେବେ ଧର୍ମଶାଳାରେ ବି.ଜେ.ଡିରେ ଗୋଷ୍ଠୀ କନ୍ଦଳ ପଦାରେ ପଡିବା ସହ ଏବେ ଏହା ରାଜନୈତିକ ହିଂସାର ରୂପ ନେବା ନେଇ ସାଧାରଣରରେ ଘୋର ଉଦବେଗ ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଧର୍ମଶାଳା ବ୍ଲକର ବୃନ୍ଦାଦେଇପୁର ପଂଚାୟତରେ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନା, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ହେଉଥିବା ଦୁର୍ନିତି ନେଇ ବିଜୁ ପ୍ରେମୀ ତଥା ପୁରୁଖା ବିଜେଡି ନେତା ରଂଜନ ଦାସଙ୍କ ଜରିଆରେ ହୋଇଥିବା ବହୁ ଅଭିଯୋଗ ଧର୍ମଶାଳା ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଇତିମଧ୍ୟରେ ପ୍ରଦାନ କରାଯାଇଛି । ଏଥିନେଇ ୫-ଟି ସଚିବଙ୍କ ନିର୍ଦ୍ଦେଶ କ୍ରମେ ପଂଚାୟତର ଦୁର୍ନିତି ନେଇ ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ହେବା ସହ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ କାରଣ ଦର୍ଶାଅ ନୋଟିସ ନଂ-୭୪୮୭ ତା୦୬.୧୧.୨୦ କରାଯାଇଛି । ଏହାସହ ପଂଚାୟତବାସୀଙ୍କ ଅଭିଯୋଗକୁ ଭିତି କରି ସତୀଶ ବିଶ୍ୱାଳଙ୍କ ତରଫରୁ ଏଥିନେଇ ଓଡିଶା ହାଇକୋର୍ଟରେ ମଧ୍ୟ ମାମଲା ନଂ. ଡବଲ୍ୟୁ.ପି.ସି ନଂ. ୩୦୨୩୩ ରୁଜୁ ହୋଇଛି । ନିକଟ ଅତୀତରେ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ସତୀଶଙ୍କ ନେତୃତ୍ୱରେ ଏକ ବଡ ଧରଣର ର‌୍ୟାଲି କରାଯାଇଥିଲା । ଏହାର ଆକ୍ରୋଶରେ ଆଜି ରଂଜନ ଦାସଙ୍କୁ ବୃନ୍ଦାଦେଇପୁର ଠାରେ ଦହିପୁର ଗ୍ରାମର ଧ୍ରୁବ ଚରଣ ଖଟୁଆଙ୍କୁ ମରଣାନ୍ତକ ଆକ୍ରମଣ କରି ରକ୍ତାତ କରି ଦେଇଛନ୍ତି । ପୂର୍ବ ପ୍ରସ୍ତୁତି ଯୋଜନା ଅନୁସାରେ ଲୁଚି ରହିଥିବା ଧ୍ରୁବ ଚରଣ ଅଚାନକ ରଂଜନଙ୍କୁ ଉପରକୁ ଆକ୍ରମଣ କରି ଗୋଟିଏ ଇଟାରେ ଖୁବ ଜୋରରେ ରଂଜନଙ୍କ ମୁଣ୍ଡକୁ ଆଘାତ କରିଥିଲା । ଏହାପରେ ରଂଜନ ରକ୍ତ ଜୁଡୁବୁଡ ହୋଇ ତଳେ ପଡି ଯିବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ବିଭିନ୍ନ ଧମକ ଚମକ ଦେବା ସହ ଥାନାରେ ଏତଲା ଦେଲେ ଓଲଟା ମିଛ କେସ କରି ଥାନାରେ ପୁରାଇ ଦେବୁ, ଘର ପୋଡି ଦେବୁ, ଜୀବନରେ ମାରି ସଫା କରିଦେବୁ ଆଦି ଧମକ ଦେଇଥିଲେ । ଧର୍ମଶାଳା ଘଟଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିବା କାରଣରୁ ରାଜନୈତିକ ହିଂସା ହେଉଛି ବୋଲି ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି । ଏଥିନେଇ ରଂଜନ ଦାସଙ୍କ ତରଫରୁ ଜେନାପୁର ଥାନାରେ ଏତଲା ପ୍ରଦାନ କରାଯାଇ ଥିବା ବେଳେ ଆଇନ ଅନୁସାରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close