କୁଆଖିଆ ହାଇ-ଟେକ +୨ ବିଜ୍ଞାନ କଲେଜରେ ହୃଦ୍‌ରୋଗ, ସ୍ନାୟୁ, ଅସ୍ଥିଶଲ୍ୟର ମାଗଣା ପରାମର୍ଶ ଶିବିର

ଋସୁଲପୁର, ୨୩/୧୧ (ପଦ୍ମଲୋଚନ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକର କୁଆଖିଆ ଛକ ନିକଟରେ ଥିବା ହାଇ-ଟେକ +୨ ବିଜ୍ଞାନ କଲେଜରେ ଗତ କାଲି ୨୨/୧୧/୨୦୨୦ ରିଖ ରବିବାର ସକାଳ ୯ଟାରୁ ଦିବା ୦୨ଘଟିକା ମଧ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭୁବନେଶ୍ୱର ହାଇ-ଟେକ ହସପିଟାଲର ହୃଦ୍‌ରୋଗ ବିଭାଗ ଆସିଷ୍ଟାଣ୍ଡ ପ୍ରଫେସର ଡା. ଦୀପକ ନାରାୟଣ ଲେଙ୍କା ୫୫ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ଡା. ହରେକୃଷ୍ଣ ସାହୁ ୭୦ଜଣଙ୍କର ଓ ସ୍ନାୟୁ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ଡା. ତେଜୁସ୍ ଏମ.ଏନ ରାଓ ୮୦ଜଣ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ପରାମର୍ଶ ଦେଇଥିଲେ । ଶିବିର ପରିଚାଳନାରେ ସତ୍ୟରଂଜନ ମହାନ୍ତି ଓ ପ୍ରଶାନ୍ତ ପ୍ରସାଦ ଉପାଧ୍ୟାୟ ସହଯୋଗ କରିଥିଲେ । କୁଆଖିଆ ହାଇ-ଟେକ +୨ ବିଜ୍ଞାନ କଲେଜର ପ୍ରଶାସନିକ ଅଧିକାରୀ ଚନ୍ଦ୍ରଶେଖର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଦାତବ୍ୟ ଶିବିରଟି ସଫଳତାର ସଂପାଦିତ ହୋଇଥିଲା । କଲେଜର ଟ୍ରେଜରିୟର ଶଙ୍ର୍କଷଣ, ଧନେଶ୍ୱର ସ୍ୱାଇଁ, ଶଶିଭୂଷଣ ପରିଡ଼ା, ପ୍ରଦୀପ କୁମାର ନାୟକ, ବୀରକିଶୋର ପଲେଇ, କେଶବ ନାୟକ, ସୁବ୍ରତ ନାୟକ, ହିମାଦ୍ରୀ ମଲ୍ଲିକ, ଅସ୍ମିତା ମିଶ୍ର, ତିଳୋତମା ନାୟକ, ପ୍ରଫୁଲ୍ଲ ସ୍ୱାଇଁଙ୍କ ସମେତ ସମସ୍ତ କର୍ମଚାରୀ ସହଯ୍ଧେଜ୍ଞ କରିଥିଲେ । କରୋନା ମହାମାରୀର ପ୍ରଭାବ ଯୋଗୁ ଅଣକୋଭିଡ଼ ରୋଗର ନିଦାନ ପାଇଁ ଡାକ୍ତରମାନେ ପଛଘୁଂଚା ଦେଉଥିବାର ଦେଖାଯାଉଥିବା ବେଳେ ହାଇଟେକ୍ କଲେଜ ପକ୍ଷରୁ ଏପରି ଦାତବ୍ୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରି ଉପରୋକ୍ତ ଜଟିଳ ବ୍ୟାଧିଗୁଡିକ ଉପରେ ବହୁ ସଂଖ୍ୟକ ରୋଗୀଙ୍କୁ ଉଚିତ ପରାମର୍ଶ ଦେଇଥିବାରୁ କୁଆଖିଆ ବଜାର ସମେତ ରସୁଲପୁର ବ୍ଲକ ଓ ଆଖପାଖ ଅଂଚଳର ବହୁ ବ୍ୟକ୍ତି ସନ୍ତୋଷ ପ୍ରକାଶ କରିବା ସହ କଲେଜର ଏପରି ନିଷ୍ପତିକୁ ପ୍ରଂଶସା କରୁଥିବାର ପରିଲକ୍ଷିତ ହେଉଛି । ପ୍ରକାଶଥାଉକି, ଏହି ଶିବିରଟି ଭୁବନେଶ୍ୱର ହାଇ-ଟେକ୍ ହସପିଟାଲ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close