ଯାଜପୁର ମଙ୍ଗଳପୁରରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଏକ ଦମ୍ପତ୍ତିଙ୍କ ମଧ୍ୟରୁ ସ୍ତ୍ରୀ ମୃତ

ଯାଜପୁର, ୦୩/୧୧ (ସନ୍ତୋଷ ରଥଙ୍କ ଠାରୁ): ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ବିରିପଟା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସୂଚନା ମୁତାବକ ବିରିପଟା ଗ୍ରାମର ଏକ ଦମ୍ପତ୍ତି ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ବିଷର ପ୍ରଭାବରେ ପତ୍ନୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ହୋଇପଡିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାମୀଙ୍କ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିବା ଜଣାପଡିଛି । ସ୍ବାମୀଙ୍କ ନାମ ଶ୍ରୀକାନ୍ତ ମିଶ୍ର ହୋଇଥିବା ବେଳେ ମୃତା ପତ୍ନୀଙ୍କ ନାମ ସଂନ୍ଧ୍ୟାରାଣୀ ମିଶ୍ର ବୋଲି ଜଣାପଡିଛି । ଏହି ପରିବାରଟି ହେଉଛି ଏକ ନିହାତି ଗରିବ ପରିବାର । ଏହି ଦମ୍ପତ୍ତିଙ୍କର ଗୋଟିଏ ଝିଅ ଓ ଦୁଇଟି ପୁଅ । ଅଭାବ ଅନାଟନକୁ ସହ୍ୟ କରିନପାରି ଏହି ଦମ୍ପତ୍ତି ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା କୁହାଯାଉଛି । ତେବେ ପୋଲିସ୍ ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close