ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶ

ବ୍ୟାସନଗର, ୨୯/୧୦ (ସନ୍ତୋଷ ରଥ ଠାରୁ): ଯାଜପୁର ଜିଲ୍ଲାର ଯାଜପୁରରୋଡ ସ୍ଥିତ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । କଳାରେ ପାସ୍ ହାର ୯୩.୧୦ ପ୍ରତିଶତ ହୋଇଥିବା ବେଳେ ବିଜ୍ଞାନରେ ୯୪.୧୧ ପ୍ରତିଶତ ଏବଂ ବାଣିଜ୍ୟରେ ପାସ୍ ହାର ରହିଛି ୮୮.୧୨ ପ୍ରତିଶତ । କଳାରେ ସଂସ୍କୃତ ସମ୍ମାନ ଛାତ୍ରୀ ପଦ୍ମିନୀ ସ୍ୱାଇଁ, ବିଜ୍ଞାନରେ ଉଦ୍ଭିଦ ବିଜ୍ଞାନର ସମ୍ମାନ ଛାତ୍ରୀ ସବିତା ସେନାପତି ଓ ବାଣିଜ୍ୟରେ ବାଣିଜ୍ୟ ବିଭାଗର ଛାତ୍ରୀ ଜସ୍ମିନ୍ ସାହୁ କଲେଜ ଟପ୍ପର । କୋଭିଡ୍ କଟକଣା ମଧ୍ୟରେ ପରୀକ୍ଷା ଦେଇ ଏହି ଛାତ୍ରଛାତ୍ରୀ ମାନେ କୃତିତ୍ୱ ଅର୍ଜ୍ଜନ କରିଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ଚରଣ ମାଝୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କୋଭିଡ୍ ସମୟରେ ବହୁ ଅସୁବିଧା ସତ୍ୱେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ କୃତକାର‌୍ୟ୍ୟ ହୋଇ ମହାବିଦ୍ୟାଳୟର ଗୌରବ ରଖିଛନ୍ତି ବୋଲି ପରୀକ୍ଷା ନିୟନ୍ତ୍ରକ ଡଃ. ବିନୋଦ ବିହାରୀ ସାହୁ କହିଛନ୍ତି । ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ମାଝୀ ଆଜି ଗଣମାଧ୍ୟମ ନିକଟରେ ପ୍ରେସ୍ ବିଜ୍ଞପ୍ତି ଜରିଆରେ ପରୀକ୍ଷା ଫଳାଫଳ ଘୋଷଣା କରିଛନ୍ତି । ଏଥିରେ ମହାବିଦ୍ୟାଳୟର ଆର ପହି, ସୁଧାଂଶୁ ଶେଖର ଦାସ, ବାପି କାନୁନଗୋ, ସୁଶାନ୍ତ ସାମଲ, ପ୍ରମୋଦ ନାୟକ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ରହିଥିଲେ । ସେପଟେ କୋଭିଡ୍ କଟକଣା ଯୋଗୁଁ ଫଳ ପ୍ରକାଶ ପାଇବା ସମୟରେ କୌଣସି ଛାତ୍ରଛାତ୍ରୀ ଉପସ୍ଥିତ ନ ଥିଲେ । ତେବେ ଛାତ୍ରଛାତ୍ରୀଙ୍କ ଅବଗତି ନିମନ୍ତେ ପରୀକ୍ଷା ଫଳକୁ ଅନଲାଇନରେ ଛଡାଯାଇଥିବା ମହାବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close