କଳିଙ୍ଗନଗରର ଧୂଳିଗଡ଼ ପଂଚାୟତର ମାନଗୋବିନ୍ଦପୁରରେ ପରିବେଶ ପ୍ରଦୂଷଣ ବିରୋଧରେ ସମାଜସେବୀ ଓ ଯୁବ ନେତା ଚିତରଂଜନ ବେହେରାଙ୍କ ଆପତି

କଳିଙ୍ଗନଗର, ୨୪/୧୦ (ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଂଚଳ ଓ ଏହାର ଆଖପାଖ ବହୁ ଗ୍ରାମରେ ପରିବେଶ ବ୍ୟାପକ ଭାବେ ପ୍ରଦୂଷିତ ହେବାରେ ଲାଗିଛି । ଏଠାକାର ପରିସ୍ଥିତି କ୍ରମେ କ୍ରମେ ଜଟିଳ ଓ ବିଷମ ହେବାରେ ଲାଗିଛି । କଳକାରଖାନାରେ ସ୍ଥାନୀୟ ଲୋକଙ୍କୁ ସେପରି ନିଯୁକ୍ତି ମିଳିଲା ନାହିଁ ବରଂ କଳକାରଖାନାଗୁଡିକରୁ ନିର୍ଗତ ଧୂଳି ଧୂଆଁ, ଦୂଷିତ ପାଣି ସ୍ଥାନୀୟ ଲୋକଙ୍କ ପାଇଁ ଘାତକ ସାବ୍ୟସ୍ତ ହେବାରେ ଲାଗିଛି । ସବୁଠୁ ବିପଦଜନକ ଘଟଣା ହେଲା-କଳକାରଖାନାର ଆବର୍ଜ୍ଜନା ଓ ଦୂଷିତ ପାଣିକୁ ପାଖ ବିଲବାଡି, ନାଳ, ଗଣ୍ଡାନାଳକୁ ଛାଡିବା ଦ୍ୱାରା ଏହି ପାଣି ପିଇ ଲୋକେ ଅସୁସ୍ଥ ହେଉଛନ୍ତି । ଜଳବାହିତ ଓ ବାୟୁବାହିତ ବହୁ ରୋଗ ଯଥା-ଯକ୍ଷ୍ମା, କାମଳ, ପେଟଜନିତ ରୋଗ, କୀଡ଼୍‌ନୀ ରୋଗ, ଟାଇଫଏଡ, ଥଣ୍ଡା ଜ୍ୱର, କାଶ, ଚର୍ମରୋଗ, ସ୍ନାୟବିକ କେତେକ ବ୍ୟାଧିରେ ବହୁ ଲୋକେ ଆକ୍ରାନ୍ତ ହେଉଛନ୍ତି । ଜଣାଯାଇଛି ପ୍ରତି ମାସରେ ଏହି ଅଂଚଳର ୫ରୁ ଉର୍ଦ୍ଧ ଲୋକେ ଅଯଥାରେ ମରଣମୁଖରେ ପଡୁଛନ୍ତି । ବିଶେଷକରି ଦାନଗଦି ବ୍ଲକର ଧୂଳିଗଡ଼ ଗ୍ରାମ ପଂଚାୟତର ମାନଗୋବିନ୍ଦପୁର, ସୁଆଁଳ, ସହରସାହି, ଗୁଲା ସାହି ଆଦି ଅଂଚଳ ଏଥିରେ ବେଶି ପ୍ରଭାବିତ ହେଉଛି । ଏହି ଗ୍ରାମଗୁଡିକର ପାଶ୍ୱର୍ରେ ଥିବା ‘ଜିନ୍ଦଲ’, ‘ଭୀସା ଷ୍ଟିଲ’, ‘ବି.ଆର.ପି.ଏଲ’, ‘ମେସ୍କୋ ଷ୍ଟିଲ’, ‘ଟାଟା ଷ୍ଟିଲ’, ‘ରୋହିତ ଫେରୋଟେକ୍‌’ ଆଦି କାରଖାନାଗୁଡିକ ଏଥିପ୍ରତି ଭ୍ରୂକ୍ଷେପ ନ କରି ତାଙ୍କର କାର୍ଯ୍ୟ କରିଚାଲିଚନ୍ତି । ସେପରି କୈାଣସି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କରନ୍ତି ନାହିଁ । ପାଖଆଖ ଗାଁରେ ଯାତାୟତର ସୁବିଧା ବି କରିନାହାନ୍ତି । ସାମାନ୍ୟ ବର୍ଷା ହେଲେ ରାସ୍ତା ଖସଡ଼ା ହୋଇଯାଏ । ରାସ୍ତାରେ ଆମ୍ବୁଲା୍‌ନସ ଯାଇପାରେ ନାହିଁ । କରୋନା ଭଳି କଷ୍ଟକର ସମୟରେ ସ୍ଥାନୀୟ ଅଭାବୀ ପରିବାରକୁ ରିଲିଫ୍ ସାମଗ୍ରୀ ବି ଦେଲେ ନାହିଁ । ଏଭଳି ବହୁ ଗୁରୁତର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ କେତେକ ଜନସାଧାରଣଙ୍କ ସମେତ ସ୍ଥାନୀୟ ଯୁବ ନେତା ତଥା ସମାଜସେବୀ ଚିତରଂଜନ ବେହେରା । ଆସନ୍ତୁ ଦେଖିବା ତାଙ୍କର ମତାମତ:-

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close