ବିଜେପି ନେତା ଡ଼ା. କୈଳାସ ବିଶ୍ୱାଳଙ୍କ ପତ୍ନୀଙ୍କ ହୃଦ୍‌ରୋଗରେ ବିୟୋଗ

ଯାଜପୁର, ୨୧/୦୯: ଯାଜପୁର ଜିଲ୍ଲାରେ ଗତ ୧୫-୨୦ ଦିନ ମଧ୍ୟରେ ହୃଦ୍‌ରୋଗରେ ବହୁ ଲୋକଙ୍କ ପ୍ରାଣହାନି ହୋଇଥିବାର ଦେଖାଦେଇଛି । କରୋନା ଜନିତ ସମସ୍ୟା, ଜଟିଳତା, ଆଶଙ୍କା, ଦଃୁଖ ଦୀର୍ଘ ୦୬ମାସ ହେଲା ଜିଲ୍ଲାରେ ଯେତିକି ଦେଖାଯାଇଥିଲା ତା’କୁ ବଳିଯାଇଛି ଏବେକାର ହୃଦ୍‌ରୋଗର ଭୟାବହତା । ଏଭଳି ଆଉ ଏକ ଦୁଃଖଦ ଖବର ଆସି ପହଚିଂଛି । ଗତ କାଲି ରାତ୍ରୀରେ ଯାଜପୁରର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ଅନ୍ୟତମ ପର୍ଯ୍ୟବେକ୍ଷକ ଡ଼ାକ୍ତର କୈଳାସ ଚନ୍ଦ୍ର ବିଶ୍ୱାଳଙ୍କ ଧର୍ମ ପତ୍ନୀ ତମନ୍ନା ବିଶ୍ୱାଳଙ୍କ ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁରେ ବହୁ ବିଜେପି ନେତା ଶୋକ ବ୍ୟକ୍ତ କରିଛନ୍ତି । ବରିଷ୍ଠ ବିଜେପି ନେତା ତଥା କାହ୍ନୁଚରଣ ଦାଶ, ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ଗିରି, ଦୁଷ୍ମନ୍ତ କୁମାର ରାଉତ, କଳିଙ୍ଗ କେଶରୀ ମହାନ୍ତି ପ୍ରମୁଖ ଶୋକ ଜଣାଇବା ସହ ଭଗବାନ ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ଅସୀମ ଶକ୍ତି ପ୍ରଦାନ କରିବା ସହ ୰ ଶ୍ରୀମତୀ ବିଶ୍ୱାଳଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close