ସ୍ୱତନ୍ତ୍ର ଟ୍ରେନ ଗଡ଼ିବା ପରେ ପୁଣି ଗୁଜରାଟ ମୁହାଁ ହେଲେ ଶ୍ରମିକ

ଭୁବନେଶ୍ୱର ; ୧୬/୯ : ଦୀର୍ଘ ୭ ମାସ ଧରି କରୋନା  ତାର ଭୟଙ୍କର ରୁପ ଦେଖାଇଥିବା ବେଳେ ବହୁ ଶ୍ରମିକ ବାହାର ରାଜ୍ୟରୁ ଓଡିଶାକୁ  ଫେରିଥିଲେ । କଳକାରଖାନା ବନ୍ଦ ହୋଇଯିବା ଫଳରେ  କିଏ ରାଜ୍ୟ ସରକାରଙ୍କ ସହାୟତାରେ ତ କିଏ ନିଜ ଖର୍ଚ୍ଚରେ ଭିଟାମାଟିକୁ ଫେରି ଆସିଥିଲେ । ଦୀର୍ଘ ଦିନର ଲାକଡାଉନ ସଟଡାଉନ ସମସ୍ତଙ୍କର ଆର୍ଥିକ ଅବସ୍ଥାକୁ ବିଗାଡି ଦେଇଛି  । କାମଧନ୍ଦା ନ ଥାଇ ଘରେ ବସି ରହିଥିବା ସତ୍ୱେ ଦିନମଜୁରିଆ ଶ୍ରମିକଙ୍କ ଦୁର୍ଦଶା କହିଲେ ନସରେ । ଏଭଳି ସ୍ଥିତିରେ ସେମାନେ ଖାଇବେ କଣ ଖର୍ଚ୍ଚ ପାଇଁ ଟଙ୍କା ଆଣିବେ କେଉଁଠୁ ସେଥିପାଇଁ ସେମାନେ ପୁଣି ବାହାର ରାଜ୍ୟକୁ ଯିବାକୁ ବହାରିଲେଣି । ରାଜ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନ ଗଡ଼ିବା ପରେ ଏବେ ସୁଦ୍ଧା ୫୦୦ରୁ ଅଧିକ ଗୁଜରାଟ ତଥା ଅନ୍ୟ ରାଜ୍ୟକୁ କାମ ଉଦେଶ୍ୟରେ ଯାଇସାରିଲେଣି । ଶ୍ରମିକମାନେ ଓଡିଶାରେ  କାମ ନ ପାଇ ଏବେ  ନିଜ କର୍ମଭୂମୀ କୁ ମୁଁହାଇଲେଣି । ବାହାର ରାଜ୍ୟର କମ୍ପାନୀଗୁଡିକ ଶ୍ରମିକ କମ ଥିବାରୁ ନିଜ ବସ ପଠାଇ କାରିଗରମାନଙ୍କୁ ନେବାକୁ ତତ୍ପର ହେଲେଣି । ଯେଉଁ ଆଶା ଆକାଂକ୍ଷା ନେଇ ନିଜ ଭିଟାମାଟିକୁ ଫେରିଆସିଥିଲେ ସରକାରଙ୍କ ତରଫରୁ କିଛି ସହାୟତା ନ ପାଇବାରୁ ସେମାନେ ପୁଣି କରୋନା ଭଳି ମହାମାରୀ କୁ ଖାତିର ନ କରି ବାହାର ରାଜ୍ୟକୁ ଯାଇ କାମ କରିବା ପାଇଁ  ଅଣ୍ଟା ଭିଡିଛନ୍ତି । କେବେ ଦୁରହେବ ପ୍ରବାସୀଙ୍କ ଦୁଃଖ ଏହା ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close