ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବନ୍ୟା ଜଳ ନିଷ୍କାସନ ପାଇଁ ଚେଷ୍ଠା, ବିପନ୍ନଙ୍କୁ ସହାୟତା

ଧର୍ମଶାଳା, ୨୬/୦୮: ନିଜର ଉତ୍ସର୍ଗୀକୃତ ସେବା କାର୍ଯ୍ୟ ପାଇଁ ଜନମାନସରେ ପ୍ରଂଶସାଭାଜନ ହେଉଥିବା ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସଂପାଦକ ହିମାଂଶୁ ଶେଖର ସାହୁ(ଲିକୁ)ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଭିଡ଼୍ ସମୟରେ ଓ ବର୍ତମାନର ଲଗାଣ ବର୍ଷା ବିତ୍ପାତ ଜନିତ କ୍ଷତିଗ୍ରସ୍ତମାନଙ୍କୁ ସଂସ୍ଥା ପକ୍ଷରୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯାଉଥିବାର ଦେଖାଯାଉଛି । ଗତ ୪-୫ଦିନ ଧରି ପ୍ରବଳ ବର୍ଷା ଯୋଗୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅର୍ନ୍ତଗତ କୋତପୁର ଗ୍ରାମ ପଂଚାୟତର ଅଲାରପୁର, ମୁରତପୁର, କୋତପୁର, ସାନରାଇପଡ଼ା, ସାନନହରନଗରା ଗ୍ରାମର ବହୁ ଅଂଚଳରେ ବର୍ଷା ପାଣି ପସି ଛାରଖାର କରିଦେଇଛି । କେତେକ ଅଂଚଳରୁ ଜଳ ନିଷ୍କାସନ ହୋଇପାରୁ ନାହିଁ । ଏହାର ତୁରନ୍ତ ସମାଧାନ ପାଇଁ ଟ୍ରଷ୍ଟର ସଂପାଦକ ଶ୍ରୀ ସାହୁ ଜଳ ନିଷ୍କାସନ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ନେଇ ସମସ୍ୟା ବାବଦରେ ଅବଗତ କରାଇଥିଲେ । ସହକାରୀ ଯନ୍ତ୍ରୀ ଚାଷୀମାନଙ୍କ ଅବସ୍ଥା ଦେଖି ଆସନ୍ତା ୨-୩ ଦିନ ମଧ୍ୟରେ ମେସିନ ଲଗାଇ ଜଳ ନିଷ୍କାସନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ବ୍ଲକ୍‌ର ଉତରପ୍ରତାପ ଗ୍ରାମ ପଂଚାୟତର ନରସିଂହପୁର ଗ୍ରାମର ସନ୍ତୋଷ ଦାସଙ୍କ ଘରେ ପାଣି ପସି ତାଙ୍କ ଘର ଭାଙ୍ଗିଯାଇଥିବାରୁ ଟ୍ରଷ୍ଟର ସଂପାଦକ ଶ୍ରୀ ସାହୁ ଆଜି ତାଙ୍କ ପାଖରେ ପହଚିଂ ଘର ମରାମତି ପାଇଁ କିଛି ଆର୍ଥିକ ସହାୟତା କରିବା ସହ ସାଂଗରେ ନେଇଥିବା ପାଲ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close