ଜେଇଇ ଆଶାୟୀ ପରୀକ୍ଷାର୍ଥୀମାନଙ୍କ ପାଇଁ ଯାଜପୁର ଜିଲ୍ଲାପାଳଙ୍କ ସୂଚନା

ଯାଜପୁର, ୨୮ା୮ : ୨୦୨୦ ବର୍ଷ ପାଇଁ ସର୍ବ ଭାରତୀୟ ଜେଇଇ ପରୀକ୍ଷା ଦେବାକୁ ଥିବା ଆଶାୟୀ ପ୍ରାର୍ଥୀମାନଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗର ସୂଚନା ଦିଆଯାଇଚ୍ଥି । ଇତି ମଧ୍ୟରେ ରାଜ୍ୟ ସରକାର ସର୍ବ ଭାରତୀୟ ସ୍ତରରେ ଆୟୋଜିତ ହେବାକୁ ଥିବା ଏହି ପରୀକ୍ଷାକୁ କରୋନା ଓ ବନ୍ୟା ପରିସ୍ଥିତି ପାଇଁ ଘୁଂଚାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଚ୍ଥନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମର୍ମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅନୁରୋଧ କରିଚ୍ଥନ୍ତି । ତେବେ ଏହି ପରୀକ୍ଷା ନ ଘୁଂଚାଯାଇ ଯଦି ନିର୍ଦ୍ଧାରିତ ତାରିଖରେ ହୁଏ ତେବେ ସେଥିପାଇଁ ଯାଜପୁର ଜିଲ୍ଲାର ଆଶାୟୀ ପରୀକ୍ଷାର୍ଥୀମାନଙ୍କର କ’ଣ ସମସ୍ୟା ରହୁଚ୍ଥି ସେ ସଂପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବାକୁ ପରୀକ୍ଷାର୍ଥୀମାନଙ୍କୁ ଜିଲ୍ଲାପାଳ ରଂଜନ କୁମାର ଦାସ ଅନୁରୋଧ କରିଚ୍ଥନ୍ତି । ସମସ୍ୟା ସଂପର୍କରେ ଏହି ଆଶାୟୀ ପରୀକ୍ଷାର୍ଥୀମାନେ ଆଇ.ଟି.ଆଇ ବରୁଆଁର ଅଧ୍ୟକ୍ଷଙ୍କୁ ୯୪୩୮୪୪୬୯୮୧ ଓ ଆଇ.ଟି.ଆଇ ରଗଡିର ଅଧ୍ୟକ୍ଷଙ୍କୁ ୯୪୩୭୧୫୫୧୦୭ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି । ପରୀକ୍ଷାର୍ଥୀ ଜିଲ୍ଲା ୱେବ୍‌ସାଇଟ୍ jajpur.nic.in ର ମଧ୍ୟ ସହାୟତା ନେଇପାରନ୍ତି । ଏ ସଂପର୍କିତ ସମସ୍ୟାଗୁଡିକୁ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ନିଆଯାଇ ତାହାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close