ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ କର୍ମଚାରୀ ୰ ନୃସିଂହ ଚରଣ ମହାନ୍ତିଙ୍କ ୧ମ ଶ୍ରାଦ୍ଧ ବାର୍ଷିିକ ଅନୁଷ୍ଠିତ

ବ୍ୟାସନଗର, ୨୪/୪(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ କର୍ମଚାରୀ ୰ ନୃସିଂହ ଚରଣ ମହାନ୍ତିଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଗତ କାଲି ସନ୍ଧ୍ୟାରେ ୦୩ନଂ. ୱାର୍ଡ଼ର ଫେରୋକ୍ରୋମ କଲୋନି ଗେଟ୍ ସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ, ୰ ଶ୍ରୀ ମହାନ୍ତି ଫେରୋକ୍ରୋମ କାରଖାନାରେ ଦୀର୍ଘ ବର୍ଷ କାର୍ଯ୍ୟ କରି ଚାକିରୀରୁ ଅବସର ନେଇ ଫେରୋକ୍ରୋମ କଲୋନି ଗେଟ୍ ନିକଟସ୍ଥ ୦୩ନଂ ୱାର୍ଡ଼ର ଶିବାନନ୍ଦନଗରରେ ଘର କରି ରହୁଥିଲେ । ତାଙ୍କର ଗତ ବର୍ଷ ଦେହାନ୍ତ ଘଟିଥିଲା । ତିଥି ମୁତାବକ ଗତ କାଲି ତାଙ୍କର ୧ମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଛି । ଏଥିରେ ଆଖ ପାଖ ଅଂଚଳର ବହୁ ବ୍ୟକ୍ତି ଯୋଗଦାନ କରି ସନ୍ଧ୍ୟାରେ ପ୍ରସାଦ ସେବନ କରିଥିଲେ । ତାଙ୍କର ବଡ଼ ପୁଅ ବିଦ୍ୟାଧର ମହାନ୍ତି ଜଣେ ଆଇନଜୀବୀ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close