ଉପଯୁକ୍ତ ପ୍ରାର୍ଥୀ ମିଳିଲେ ‘ଇଣ୍ଡିଆନ ସିଟିଜେନସ୍ ପାର୍ଟି’ ଝାରସୁଗୁଡ଼ା ଉପ-ନିର୍ବାଚନରେ ଲଢ଼ିବ

ଭୂବନେଶ୍ୱର, ୦୨/୪(ଉ. ନ୍ୟୁଜ୍ ବ୍ୟୁରୋ): ‘ଇଣ୍ଡିଆନ ସିଟିଜେନ୍ସ ପାର୍ଟି’ ତରଫରୁ ‘ଉଦୟବଟ’କୁ ଦିଆଯାଇଥିବା ପ୍ରେସ ବିଜ୍ଞପ୍ତିରେ ପାର୍ଟିର ସଭାପତି ରମେଶ ଚନ୍ଦ୍ର ରାଉତ କହିଛନ୍ତି ଯେ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଖାଲି ପଡ଼ିଥିବା ଝାରସୁଗୁଡ଼ା ଆସନରେ ନିକଟରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପ-ନିର୍ବାଚନରେ ‘ଇଣ୍ଡିଆନ ସିଟିଜେନ୍ସ ପାର୍ଟି’ ତରଫରୁ ପ୍ରାର୍ଥୀ ଦିଆଯିବାକୁ ଯୋଜନା ରହିଛି । ଏଥିନିମନ୍ତେ ଉପଯୁକ୍ତ ପ୍ରାର୍ଥୀ/ପ୍ରାର୍ଥୀନି ଖୋଜା ଚାଲିଛି । ଉପଯୁକ୍ତ ପ୍ରାର୍ଥୀ/ପ୍ରାର୍ଥୀନି ମିଳିଲେ ଦଳ ଝାରସୁଗୁଡ଼ା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବ ବୋଲି ଦଳ ପକ୍ଷରୁ ନିଷ୍ପତି ନିଆଯାଇଥିବାର ଶ୍ରୀଯୁକ୍ତ ରାଉତ କହିଛନ୍ତି । ଆଗ୍ରହୀ ପ୍ରାର୍ଥୀ/ପ୍ରାର୍ଥୀନିମାନେ ଦଳର ହ୍ୱାଟସ୍‌ଆପ ନମ୍ବର ଯଥା-୯୪୩୮୫୬୫୦୪୩ ଏବଂ ମୋବାଇଲ ନମ୍ବର-୯୪୩୮୮୪୩୬୧୨ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ସାଧାରଣ ସଂପାଦକ ନରେନ୍ଦ୍ର କୁମାର ମଲ୍ଲିକ, କୋଷାଧ୍ୟକ୍ଷ ସନାତନ ଗ୍ରହାଚାର୍ଯ୍ୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close