ଚମ୍ପାଝର ଆଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ମୟୁରଭଞ୍ଜ/ଠାକୁରମୁଣ୍ଡା; ୦୪/୦୧ (ଲକ୍ଷ୍ମୀ ନାରାୟଣ ରାଉତରାୟଙ୍କ ଠାରୁ ): ଚମ୍ପାଝର ଆଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଠାକୁରମୁଣ୍ଡା ବ୍ଲକ ର ଅଧ୍ୟକ୍ଷI ଶ୍ରୀମତୀ ସରୋଜିନୀ ମୁଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧନଶିକ୍ଷକ ସlର୍ଦିକ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମ୍ମାନୀତ ଅତିଥି ଭାବରେ ଚମ୍ପାଝର ଗ୍ରାପର ସରପଞ୍ଚ ବିକ୍ରମ୍ ପିଙ୍ଗୁଆ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଶାନ୍ତ କୁମାର ସାହୁ, ଜାମୁଖଞ୍ଜରି ବିଦ୍ୟାଳୟ ସମୂହର ସଂଯୋଜକ ତପନ୍ କୁମାର ପଣ୍ଡା, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଗୋଲାପ ନାୟକ, ଉପସଭାପତି ଘନଶ୍ୟାମ ନାଏକ ଓ ୱାର୍ଡମେମ୍ବର ରାଜୀବ ମହାନ୍ତ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଉତ୍ତମ କ୍ରୀଡା ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ରଞ୍ଜନ କୁମାର ମଲ୍ଲିକ, ଉମାକାନ୍ତ ବେହେରା କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷକ ରତିକାନ୍ତ ବେଣ୍ଟକାର ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ମେଟ୍ରନ ଓ ସିସିଏ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close