ପ୍ରକାଶ ପାଇବ ଗବେଷଣାତ୍ମକ ସଂକଳନ ‘ଯଯାତି’

ଯାଜପୁର, ୧୨ା୧୦: ଜିଲ୍ଲାର ବିଭବବନ୍ତ ଓ ଗୌରବମୟ କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରା, ହସ୍ତଶିଳ୍ପ ଓ ବୌଦ୍ଧକୀର୍ତ୍ତିରାଜିକୁ ନେଇ ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଏକ ସଂଗ୍ରହଣୀୟ ପୁସ୍ତକ ସଂକଳନ ‘ଯଯାତି’ ପ୍ରକାଶିତ ହେବାକୁ ଯାଉଛି । ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ପରାମର୍ଶ କ୍ରମେ ଏଥିପାଇଁ ସଂପାଦନାମଣ୍ଡଳୀର ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ତଥା ପରିଷଦର ଉପାଧ୍ୟକ୍ଷ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ସଂପାଦନାମଣ୍ଡଳୀ ସଦସ୍ୟ ଡକ୍ଟର ଜ୍ଞାନରଂଜନ ପତି, ପଣ୍ଡିତ ଭୂପତି ଭୂଷଣ ମିଶ୍ର, ଶୁଭେନ୍ଦୁ କୁମାର ଭୂୟାଁ, ବିରଜା ବଳ, ଅଧ୍ୟାପକ ଦାମୋଦର ବେହେରା ପ୍ରମୁଖ ସଂକଳନରେ ସ୍ଥାନିତ ତଥ୍ୟପୂର୍ଣ୍ଣ ଓ ଗବେଷଣାତ୍ମକ ଆଲେଖ୍ୟ ସଂପର୍କରେ ସବିଶେଷ ଆଲୋକପାତ କରିଥିଲେ । କରୋନା ପାଇଁ ବିଳମ୍ବିତ ହୋଇଥିବା ସଂକଳନର ପ୍ରକାଶନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ସହିତ ଆଗାମୀ ଜିଲ୍ଲା ମହୋତ୍ସବ ପୂର୍ବରୁ ଏହାକୁ ସଂପୂର୍ଣ୍ଣ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close