‘ସ୍ୱଚ୍ଛ ସର୍ବେକ୍ଷଣ-୨୦୨୨’ ଫଳାଫଳ: ଜାତୀୟ ସ୍ତରରେ ଓଡ଼ିଶା ୯ମ, ରାଜ୍ୟର ୫୦ହଜାର ଜନସଂଖ୍ୟା ସହର ମଧ୍ୟରେ ବ୍ୟାସନଗର ୧ମ ସ୍ଥାନରେ

ଭୁବନେଶ୍ୱର/ବ୍ୟାସନଗର, (ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ), ୦୭/୧୦: ସ୍ୱଚ୍ଛ ସର୍ବେକ୍ଷଣ-୨୦୨୨ର ଫଳାଫଳ ଗତ ତା. ୦୧.୧୦ ଶନିବାର ଘୋଷିତ ହୋଇଛି । ଫଳାଫଳ ଅନୁଯାୟୀ ଆମ ରାଜ୍ୟ ଜାତୀୟ ସ୍ତରରେ ୦୯ ସ୍ଥାନରେ ରହିଛି । ବିଗତ ୦୨ ବର୍ଷ ହେଲା ଓଡ଼ିଶା ୧୦ମ ସ୍ଥାନରେ ରହିଆସୁଥିବା ବେଳେ ଚଳିତ ଥର ଆଉ ଗୋଟିଏ ପାଦ ଆଗେଇ ଯାଇ ୦୯ମ ସ୍ଥାନକୁ ଉନ୍ନୀତ ହୋଇଛି । ଜାତୀୟ ସ୍ତରରେ ମଧ୍ୟପ୍ରଦେଶ ୧ମ, ଛତିଶଗଡ଼ ୨ୟ ଏବଂ ମହାରାଷ୍ଟ୍ର ୩ୟ ସ୍ଥାନରେ ଅଛନ୍ତି । ୦୩ ବର୍ଷ ପରେ ଆମ ରାଜଧାନୀ ଭୁବନେଶ୍ୱର ସହର ଜାତୀୟ ସ୍ତରରେ ୧ଲକ୍ଷରୁ ୧୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଭାବେ ୧୦୦ତମ ସ୍ୱଚ୍ଛ ସହର ମଧ୍ୟରେ ଥିବା ବେଳେ ଭୁବନେଶ୍ୱର ପୂର୍ବାଚଂଳ ରାଜ୍ୟମାନଙ୍କର ଶ୍ରେଷ୍ଠ ରାଜଧାନୀ ସହର ଭାବରେ ପରିଗଣିତ ହୋଇଛି ଏହାର ପ୍ରଚେଷ୍ଟା ପାଇଁ । ସୁଚନାଯୋଗ୍ୟ, ପଶ୍ଚିମବଂଗ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ ୦୪ଟି ରାଜ୍ୟ ଏବଂ ଆଣ୍ଡାମାନ ନିକୋବର ଦୀପପୁଂଜ କେନ୍ଦ୍ରଶାସିତ ଅଂଚଳକୁ ନେଇ ପୂର୍ବାଚଂଳ ଜୋନ (ଇଷ୍ଟର୍ଣ୍ଣ ଜୋନ) ଗଠିତ । ଜାତୀୟ ସ୍ତରରେ ଓଡ଼ିଶାର ୦୯ଟି ସହର ରାଜ୍ୟ ପାଇଁ ଗୈାରବ ଆଣିଛନ୍ତି । ପୂର୍ବ ବର୍ଷ ୫୭ତମ ସ୍ଥାନରେ ଥିବା ରାଉଲକେଲା ସହର ୨୦୨୨ ସର୍ବେକ୍ଷଣରେ ୪୫ତମ ସ୍ଥାନରେ ରହି ରାଜ୍ୟର ୧ମ ସ୍ୱଚ୍ଛ ସହର ଭାବେ ମାନ୍ୟତା ହାସଲ କରିଥିବା ବେଳେ ପୁରୀ ୫୮ତମ ସ୍ଥାନରେ, ଭୁବନେଶ୍ୱର ୮୦ତମ ସ୍ଥାନରେ ଏବଂ ଗତ ଥର ୫୭ତମ ସ୍ଥାନରେ ଥିବା ବ୍ରହ୍ମପୁର ମହାନଗର ନିଗମ ଏଥର ତଳକୁ ଖସି ୯୦ତମ ସ୍ଥାନରେ ରହିଛି । ସେହିପରି ଜାତୀୟ ସ୍ତରରେ ବାଲେଶ୍ୱର ୧୬୬ତମ ସ୍ଥାନରେ, କଟକ ମହାନଗର ନିଗମ ୨୦୨ତମ ସ୍ଥାନରେ, ବାରୀପଦା ୨୪୩ତମ ଏବଂ ଭଦ୍ରଖ ସହର ୨୭୩ତମ ସ୍ଥାନରେ ରହିଛନ୍ତି । ଉପରୋକ୍ତ ୭ଟି ସହର ସହ ଓଡ଼ିଶାର ୧୧ଟି ସହର ଜାତୀୟ ସ୍ତରରେ କୃତିତ୍ୱର ସହ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୂର୍ମୂଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ଅନ୍ୟ ସହରସବୁ ହେଲା- ବରଗଡ଼, ପାରାଦୀପ, ବାସୁଦେବପୁର, ଜୁନାଗଡ଼, ବିନିକା । ସେହିପରି ରାଜ୍ୟର ୨୫ ହଜାରରୁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ସହରଗୁଡିକ ମଧ୍ୟରେ ଯାଜପୁର ଜିଲ୍ଲାର ବ୍ୟାସନଗର ପୈାର ପରିଷଦ ସମଭ୍ର ରାଜ୍ୟରେ ୧ମ ସ୍ଥାନ ଦଖଲ କରିଥିବା ପାରଳାଖେମୁଣ୍ଡି ସହର ୨ୟ ସ୍ଥାନରେ ରହିଛି । ବ୍ୟାସନଗର ପୈାର ପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଏଥିନେଇ ଖୁସି ବ୍ୟକ୍ତ କରିଥିବା ବେଳେ ଏହା ପୂର୍ବରୁ ସେ ଥିବା ପାରଳାଖେମୁଣ୍ଡି ୨ୟ ସ୍ଥାନରେ ଥିବାରୁ ସେ ତାଙ୍କ କାର୍ଯ୍ୟଧାରା ଉପରେ ସନ୍ତୋଷ ରହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close