ଗାଁ ଗାଁରେ ଗଡିଲା ଶିକ୍ଷା ସଚେତନତା ରଥ

ମୟୁରଭଞ୍ଜ ; ୦୪/୦୫ (ଲକ୍ଷ୍ମି ନାରାୟଣ ରାଉତରାୟ ଙ୍କଠାରୁ) : ମୟୂରଭଞ୍ଜ ଜିଲ୍ଲାର ଶିକ୍ଷାଧିକାରୀ ତଥା ପ୍ରକଳ୍ପ ସଂଯୋଜକ,ସମଗ୍ର ଶିକ୍ଷା ତରଫରୁ ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ସଚେତନତା ରଥ ଗଡିଥିଲା ।ଏହାର ମୁଖ୍ୟ ଉଦ୍ଧେଶ୍ୟ ହେଲା ଶିଶୁର ବିଦ୍ୟାଳୟ ଶିକ୍ଷାର ବିକାଶ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା, ପଦକ୍ଷେପ ଓ ପ୍ରୋତ୍ସାହନ ବ୍ୟବସ୍ଥା ବିଷୟରେ ଗ୍ରାମବାସୀମାନଙ୍କର ଅବଗତି ନିମନ୍ତେ ।ବିଦ୍ୟାଳୟ ମାନଙ୍କରେ ସରକାରଙ୍କ ତରଫରୁ କଣ କଣ ପଦକ୍ଷେପ ନିଆଯାଉଛି ସେ ବାବଦରେ ସଚେତନ କରିବା ସହ ଛାତ୍ର-ଛାତ୍ରୀଙ୍କୁ ମିଳୁଥିବା ସୁବିଧା ସୁଯୋଗ ଓ ମେଧାବିଙ୍କୁ ପ୍ରୋତ୍ସାହନ ରାଶି ଇତ୍ୟାଦି ।ଏହି କରୋନା ମହାମାରୀ ସମୟରେ ୨ବର୍ଷ ରୁ ଅଧିକ ଦିନ ହେବ ଛାତ୍ର -ଛାତ୍ରୀମାନେ ଭଲଭାବରେ ପାଠ ପଢ଼ୀ ପାରିନଥିଲେ ।ସେହି କାରଣ ପାଇଁ ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟରେ କମ୍ ପିଲା ଉପସ୍ଥିତ ରହୁଛନ୍ତି ।ପୁଣି ପୂର୍ବପରି ସମସ୍ଥ ପିଲା କିଭଳି ବିଦ୍ୟାଳୟକୁ ଯିବେ ଓ ସେମାନଙ୍କ ପାଇଁ ସରକାର କଣ ସବୁ ନୂଆ ନୂଆ ଯୋଜନା ରଖିଛନ୍ତି, ସେ ବାବଦରେ ଜନସାଧାରଣଙ୍କୁ ଜଣେଇବା ପାଇଁ ଏକ ସଚେତନତା ରଥ ର ବ୍ୟବସ୍ଥା କରାଯାଇଛି ।ସେହି ରଥ ସାଙ୍ଗରେ ଗହଣ୍ଡିଆ ଗ୍ରାମବାସୀଙ୍କ ସହ ,ଗହଣ୍ଡିଆ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରୀଛାତ୍ରମାନେ ,ତାଳପଦା ପଂଞ୍ଚାୟତର ସରପଂଚ ମଧ୍ୟ ଉପସ୍ଥିତ ଥିଲେ ।ଗ୍ରାମବାସୀମାନେ ସେହି ରଥକୁ ପୂଜାର୍ଚନା କରି ଆଗକୁ ଗଡାଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close