ଭଦ୍ରଖରେ ବିଜୁ ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ

ଭଦ୍ରଖ,୩୧/୧(ଶିବଶଙ୍କର ପଣ୍ଡାଙ୍କ ଠାରୁ): ଭଦ୍ରଖର ନେହେରୁ ଷ୍ଟାଡିୟମ ଠାରେ ଆଜି ପୂର୍ବାହ୍ନରେ ବିଜୁ ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ରାଜ୍ୟ ସଂଗଠନର ସାଧାରଣ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରଖ ସାଂସଦ ମଞ୍ଜୁଲତା ମଣ୍ଡଳ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଭଦ୍ରଖ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରଖ ବିଧାୟକ ସଂଜୀବ ମଲ୍ଲିକ, ବିଜେଡି ନେତା ଲୁଲୁ ସାମଲ, ଜିତୁ ରାଉତରାୟ, ରାକେଶ ପଣ୍ଡା, ତଥାଗତ ସାମଲ, ପ୍ରିନ୍ସ ରାକେଶ ନାୟକ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ରସମାଜ ଓ ଯୁବ ନେତୃତ୍ୱକୁ ସମ୍ବୋଧିତ କରି ଦଳକୁ ମଜଭୁତ କରିବା ସାଙ୍ଗଠନିକ କ୍ଷେତ୍ରରେ ଏକ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରର ସହ ରାଜ୍ୟର ବହୁ ଅଂଚଳରୁ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ ଯୁବ ନେତା ଏଥିରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଭରଚ୍ୟୁଆଲ ର‌୍ୟାଲି ମାଧ୍ୟମରେ ଯୁବ, ଛାତ୍ର ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ତୃଣମୂଳ ସ୍ତରରେ ଯୁବ କର୍ମୀମାନେ କାର୍ଯ୍ୟ କରିବେ । ଆଗକୁ ଆସୁଥିବା ପୈାର ଓ ପଂଚାୟତ ନିର୍ବାଚନରେ ଏମାନେ ମନ୍ତ୍ର ଫୁଙ୍କିବେ । ନାଚ ଗୀତରେ ଆଜି ଏଠାକାର ମଂଚ ସହ ସହର କମ୍ପି ଉଠିଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close