ବିଭୂତି ଭୂଷଣ ବେହେରା ଯାଜପୁରରୋଡର ନୂତନ ଡି.ଡି.ଏମ ଭାବେ କାର୍ଯ୍ୟରେ ଯୋଗ ଦେଲେ

ବ୍ୟାସନଗର, ୨୭/୪(ଉ.ନ୍ୟୁଜ୍ ବ୍ୟୁରୋ): ରାଜ୍ୟ ଖଣି ନିର୍ଦ୍ଦେଶାଳୟ ଅଧିନରେ କାର୍ଯ୍ୟ କରୁଥିବା ୧୧ ଏମ.ଓ (ଖଣି ଅଧିକାରୀ)ଙ୍କୁ ଓଆରଏସପି ରୁଲ୍ସ-୨୦୧୭ର ଲେଭେଲ-୧୩ ଅନୁଯାୟୀ ଡି.ଡି.ଏମ (ଖଣି ଉପ-ନିର୍ଦ୍ଦେଶକ) ଭାବେ ପଦୋନ୍ନତି ଦିଆଯାଇଛି । ସେହିପରି ୧୧ ଜଣ ସହକାରୀ ଖଣି ଅଧିକାରୀ (ଏ.ଏମ.ଓ)ଙ୍କୁ ଲେଭେଲ-୧୨ ଅନୁଯାୟୀ ଖଣି ଅଧିକାରୀ (ଏମ.ଓ) ଭାବେ ଅବସ୍ଥାପିତ କରାଯାଇଛି । ମହାମହିମ ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ ଖଣି ବିଭାଗର ଯୁଗ୍ମ ସଚିବ ତାଙ୍କ ଚିଠି ସଂଖ୍ୟା ୩୪୩୩ ଏବଂ ୩୪୨୦, ତା.୧୬/୦୪/୨୦୨୨ରେ ଏହି ବିଜ୍ଞପ୍ତି ଜାରୀ କରିଛନ୍ତି । ଏହି କର୍ମରେ ସମ୍ବଲପୁର ସର୍କଲର ଏମ.ଓ ବିଭୂତି ଭୂଷଣ ବେହେରା ପଦୋନ୍ନତି ପାଇଁ ଯାଜପୁରରୋଡର ନୂତନ ଡି.ଡି.ଏମ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏଠାରେ ଦାୟିତ୍ୱରେ ଥିବା ପ୍ରିୟଦର୍ଶୀ ସନ୍ଦୀପ କୁମାର ବଳଙ୍କୁ ବ୍ରହ୍ମପୁରକୁ ବଦଳି କରାଯାଇଛି । ଶ୍ରୀ ବଳଙ୍କ ସମୟରେ ଏଠିକାର କାର୍ଯ୍ୟାଳୟରେ ପରିଚାଳନାଗତ ଦୁର୍ବଳତା ବହୁ ମାତ୍ରାରେ ପରିଲକ୍ଷିତ ହୋଇଆସୁଥିଲା । ଶ୍ରୀ ବଳ ନିଜେ କିଛି ନ କରି ଅଧିକାଂଶ କାମରେ ଓ ଅଧିକାଂଶ ସମୟରେ ଏ.ଏମ.ଓ ବସନ୍ତ କୁମାର ସାହୁଙ୍କ ଉପରେ ଛାଡି ଦେଉଥିଲେ । ଶ୍ରୀ ସାହୁ ଜଣେ ଦୁର୍ନୀତି ପରାୟଣ ଅଧିକାରୀ ଭାବେ ବେପରୁଆ ଭାବେ ଏଠାରେ କାର୍ଯ୍ୟ କରୁଥିବାର ବିଭିନ୍ନ ମହଲରେ ଅଭିଯୋଗ ହୋଇଆସୁଥିଲା । ଫଳତଃ, କାର୍ଯ୍ୟାଳୟଟି ଏକ ପ୍ରକାରର ଅସଜଡ଼ା ଅବସ୍ଥାକୁ ଚାଲିଆସିଥିଲା । ନୂତନ ଡି.ଡି.ଏମ ଶ୍ରୀଯୁକ୍ତ ବେହେରାଙ୍କ ପାଇଁ ଅଫିସ ସଜାଡିବା ପାଇଁ ଏବେ ବହୁ କଷ୍ଟ କରିବାକୁ ପଡିବ ବୋଲି କୁହାଯାଉଛି । ଶ୍ରୀଯୁକ୍ତ ବେହେରା ତୁରନ୍ତ ଅଫିସକୁ ସଜାଡି ସୁଚାରୂ ଭାବେ କାର୍ଯ୍ୟ କରିବା ପାଇଁ ପ୍ରାଧାନ୍ୟ ଦେଉଥିବାର ଜଣାଯାଇଛି । ଦାବୀ ହୋଇଆସୁଥିବା ଶ୍ରୀ ସାହୁଙ୍କୁ ଏଠାରୁ କେଉଁଝରକୁ ବଦଳି କରିଦିଆଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close