ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ତରଫରୁ ନୂତନ ପାରିଷଦଙ୍କୁ ସମ୍ବର୍ଦ୍ଧନା

ବ୍ୟାସନଗର,୨୮.୦୩ (ବସନ୍ତ କୁମାର ପାତ୍ରଙ୍କ ଠାରୁ): ନୂତନ ଭାବେ ବ୍ୟାସନଗର ପୌରପରିଷଦକୁ ନିର୍ବାଚିତ ହୋଇଥିବା ୩ ଜଣ ବିଜେଡ଼ି ପାରିଷଦ ଯଥା: ୯ ନମ୍ବର ୱାର୍ଡ଼ର ମଣିନ୍ଦ୍ର କୁମାର ସାହୁ, ୧୪ ନମ୍ବର ୱାର୍ଡ଼ର ସିଦ୍ଧାର୍ଥ ଶଙ୍କର ସାମଲ ଏବଂ ୧୫ ନମ୍ବର ୱାର୍ଡ଼ର ସୁବାସ ଚନ୍ଦ୍ର ବଳଙ୍କୁ ବ୍ୟାସନଗର ବରିଷ୍ଠ୍ ନାଗରିକ ମଂଚ ତରଫରୁ ଗତ କାଲି ପୂର୍ବାହ୍ନରେ ମଂଚ କାର୍ଯ୍ୟାଳୟରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧାନ ଜ୍ଞାପନ କରାଯାଇଥିଲା । ମଂଚର ସମ୍ପାଦକ ସମ୍ପାଦକ ଚନ୍ଦ୍ରମଣି ସାମଲଙ୍କ ଆବାହକତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମଂଚର ସଭାପତି ଶିକ୍ଷାବିତ୍ ଉପେନ୍ଦ୍ରନାଥ ବେହୁରିଆ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକାରୀ ସଭାପତି ଡ଼ା. ନୃସିଂହ ଚରଣ ପରିଡ଼ା ସମସ୍ତଙ୍କୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଶ୍ରୀଯୁକ୍ତ ସାମଲ ସ୍ଥାନୀୟ ଅଂଚଳର ସର୍ବୋପରି ବ୍ୟାସନଗର ପୌରପରିଷଦର ବିଭିନ୍ନ ଉନ୍ନୟନମୂଳକ ଓ ସାଂସ୍କୃତିକ କାର୍ଯ୍ୟ ସହ ସହରରେ ବିକାଶର ଧାରା ଓ ଭାଇଚାରା ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ବର୍ଦ୍ଧିତ ୩ ଜଣ କାଉନସିଲର ବରିଷ୍ଠ ନାଗରିକ ମଂଚର ଉପସ୍ଥିତ କର୍ମକର୍ତା ଓ ବରିଷ୍ଠ ସଦସ୍ୟମାନଙ୍କର ଆଶୀର୍ବାଦ କାମନା କରି ସେମାନଙ୍କ ଅଭିଜ୍ଞତାକୁ ଭବିଷ୍ୟତରେ ପାଥେୟ କରି ବିକାଶମୂଳକ କାର୍ଯ୍ୟରେ ନିୟୋଜିତ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡ଼ଂ. ନିକୁଞ୍ଜ ବିହାରୀ ଧଳ, ଡ଼ଃ. ବସନ୍ତ କୁମାର ବେହେରା, ଲମ୍ବୋଦର ମଲ୍ଲିକ, ଶତୃଘ୍ନ ଶତପଥୀ, ଯୁଧିଷ୍ଠିର ମଲ୍ଲିକ, ସନାତନ ମଲ୍ଲିକ, ପ୍ରତାପ କେଶରୀ ବେହୁରିଆ, ଭାଗ୍ୟଧର କର, ଅରୁଣା ଖଣ୍ଡାୟୀ, କମଳିନୀ ସାମଲ, ବଟକୃଷ୍ଣ ପ୍ରଧାନ, ଯୋଗ ପ୍ରଭାରୀ ଧୃବଚରଣ କର, ଗୁଣନିଧି ପାତ୍ର, ବିଷ୍ଣୁ ଚରଣ ଓଝା, ଅଶ୍ୱିନୀ କୁମାର ଦାସ, ଶଙ୍କର୍ଷଣ ସାହୁ, ଘନଶ୍ୟାମ ରାଉତ ଯୋଗଦାନ କରିଥିଲେ । ଶେଷରେ ପ୍ରମୋଦ ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close