ବ୍ୟାସନଗରରେ ପ୍ରଜାପିତା ବ୍ରହ୍ମା କୁମାରୀ ତରଫରୁ ୮୬ତମ ଶିବ ଜୟନ୍ତୀ ପାଳିତ
https://youtu.be/rxt-DrsZ_oo
ବ୍ୟାସନଗର: ଯାଜପୁରରୋଡ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ ଶାଖା ତରଫରୁ ସ୍ଥାନୀୟ ଦଣ୍ଡିକିରି ଠାରେ ନବ ନିର୍ମିତ ସେବା କେନ୍ଦ୍ର ପରିସରରେ ୮୬ ତମ ଶିବ ଜୟନ୍ତୀ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ବିଶ୍ବରେ ମାନବ ଜାତିର ଶାନ୍ତି ପାଇଁ ୧୯୩୬ ମସିହାରେ ପବିତ୍ର ଜାଗର ତିଥିରେ ହାଇଦ୍ରାବାଦରେ ଏହା ପ୍ରତିଷ୍ଠା କରା ଯାଇଥିଲା। ଇଶ୍ବରୀୟ ଚେତନା, ସୁଖ ଶାନ୍ତି ପ୍ରେମ ଆନନ୍ଦ ପାଇବାକୁ ପରମ ବ୍ରହ୍ମଂକୁ ସ୍ମରଣ ସହିତ ନିରାଡାମ୍ବର ଜୀବନ, ରାଜ ଯୋଗାଭ୍ୟାସ ଜରୁରୀ ବୋଲି ଉତ୍ସବରେ ମତ ପ୍ରକାଶ ପାଇଥିଲା। ପ୍ରାତଃରେ ସେବାକେନ୍ଦ୍ର ସମ୍ମୁଖରେ ଶିବ ଧ୍ବଜା ଉତ୍ତୋଳନ ଓ ଶପଥ ପାଠ କାର୍ଯ୍ୟକ୍ରମ ପରେ ଜୟନ୍ତୀ ଉତ୍ସବ ପାଳନ ସହିତ କେକ୍ କଟା ଯାଇଥିଲା। ବିକେ ସରୋଜଂକ ସଭା ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ୟାସନଗର ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ. ଶିବ ଚରଣ ମାଝି, ସମ୍ମାନୀତ ଅତିଥିଭାବେ ସାମ୍ବାଦିକ ଚିନ୍ତାମଣି ପାଢୀ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଇନ୍ଦିରା ଦାସ, ଯାଜପୁରରୋଡ ଶାଖା ସଂଚାଳିକା ବିକେ ସୁଚିତ୍ରା ପ୍ରମୁଖ ଯୋଗଦେଇ ଶିବ ଜୟନ୍ତୀର ମାହାତ୍ମ୍ୟ ଓ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ ସଂପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ଦଣ୍ଡିକିରି ଗ୍ରାମବାସୀ, ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ଉପ ସେବାକେନ୍ଦ୍ର ଡୁବୁରୀ, ପାଣିକୋଇଲି,ଗଡବାନ୍ଦୋଗଡା,ରାଧାନଗର, ବଡପଦନା, ରାଇତୋଳା, ଶ୍ରୀବନ୍ତପୁର, ଯାବରା,ଦାନଗଦୀ, କୋରାଇର ୧୭୦ ଜଣ ବିକେ ଭାଇଭଉଣୀ ସମବେତ ହୋଇଥିଲେ। ବିକେ ହରି, ବିକେ କାଶୀନାଥ, ବିକେ ଲୋକନାଥ, ବିକେ ଉପେନ୍ଦ୍ର, ବିକେ ଅନନ୍ତ, ବିକେ ରାଜେଶ, ବିକେ କେଦାର, ବିକେ ବଟକୃଷ୍ଣ, ବିକେ ସମ୍ବିତ୍ଂକ ସମେତ ବହୁ ବିକେ ଭାଇ ଭଉଣୀ ଯୋଗ ଦେଇଥିଲେ ।
Live Share Market