ବିଝାଂରପୁର ବାଚ୍ଛୋଳରେ ନିର୍ବାଚନୀ ହିଂସା, ସାମ୍ବାଦିକଙ୍କୁ ଆକ୍ରମଣ, ବିଭିନ୍ନ ମହଲରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବୀ

ଭୁବନେଶ୍ୱର/ଯାଜପୁର/ବ୍ୟାସନଗର, ୨୦/୨(ଉ. ନ୍ୟୁଜ୍ ବ୍ୟୁରୋ): ଆଜି ଥିଲା ଓଡ଼ିଶାରେ ଚାଲିଥିବା ପଂଚାୟତ ସ୍ତରୀୟ ନିର୍ବାଚନର ୩ୟ ପର୍ଯ୍ୟାୟ ମତଦାନ ଦିବସ । ଯାଜପୁର ଜିଲ୍ଲାରେ ଆଜି କୋରେଇ ଓ ବିଝାଂରପୁର ବ୍ଲକରେ ନିର୍ବାଚନ ହୋଇଥିଲା । ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ଜଣାଯାଇଛି । ସବୁଠୁ ବଡ଼ ନିର୍ବାଚନୀ ହିଂସା ଦେଖାଦେଇଛି ବିଝାଂରପୁର ବ୍ଲକ ଅର୍ନ୍ତଗତ ବାଚ୍ଛୋଳ ଗ୍ରାମ ପଂଚାତର ବାମଦେବପୁର ଗ୍ରାମର ୦୨ ନମ୍ବର ବୁଥ୍‌ରେ । ୦୩ ଜଣ କାର୍ଯ୍ୟରତ ଆଗ ଧାଡ଼ିର ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକଙ୍କ ଉପରେ ହୋଇଥିଲା ସଂଘବଦ୍ଧ ମରଣାନ୍ତକ ଆକ୍ରମଣ । କାର୍ଯ୍ୟରତ ସାମ୍ବାଦିକଙ୍କୁ ଗୋଡେଇ ଗୋଡେଇ ମାଡ ମାରିଥିଲେ ଦୁବୃତମାନେ । ଏହି ଦୃର୍ଶ୍ୟ ଅତୀବ ଅମାନୁଷିକ ଥିଲା । ଘଟଣାଟି ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ମାନ୍ୟବର ନିର୍ବାଚନ କମିଶନର ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ସହ ଘଟଣା ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବିଭିନ୍ନ ମହଲରେ ଘଟଣା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପ୍ରାୟ ସମସ୍ତେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଆଶା କରିଛନ୍ତି । ବର୍ଷିୟାନ ସାମ୍ବାଦିକ ଜୟନାରାୟଣ ମହାପାତ୍ର, ଯୁବ ଆଇନଜୀବୀ ଓ ସାମ୍ବାଦିକ ଦୀପକ ସେନଗୁପ୍ତା, ବରିଷ୍ଠ ସାମାଜିକ କର୍ମୀ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ନିଜ ନିଜର ପ୍ରତିକ୍ରିୟାରେ କ’ଣ କହିଛନ୍ତି, ଆସନ୍ତୁ ଜାଣିବା:-

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close