ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ- ଜିଲ୍ଲାପାଳ

ଯାଜପୁର ; ୦୩/୦୨ ( ନି ପ୍ର ) : ଯାଜପୁର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପାଇଁ ଚଳିତ ମାସ ୩ ଓ ୪ ତାରିଖରେ ପ୍ରିଜାଇଡିଂ ଓ ପାଂଷ୍ଟ ପୁଲିଂ ଅପିଂସର ମାନଙ୍କୁ ତାଲିମ ପ୍ରଦାନ କରାଯିବ । ଏହି ତାଲିମ ପ୍ରତି ବ୍ଳ୍‌କରେ ଅନୁଷ୍ଠିତ ହେବ । ଏହି ପ୍ରଶିକ୍ଷଣ ନିର୍ବାଚନ ପରିଚାଳନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଦାୟିତ୍ୱ ଦିଆଯାଇଥିବା ପୁଲିଂ ଅପିଂସର ନିଶ୍ଚିତ ଯୋଗଦାନ କରି ତାଲିମ ନେବାକୁ ଜିଲ୍ଲାପାଳ ଚକ୍ରୱର୍ତ୍ତି ସିଂହ ରାଠୋର ପରାମର୍ଶ ଦେଇଚ୍ଥନ୍ତି । ଏଥିସହ ତାଲିମରେ ଅନୁପସ୍ଥିତ ରହୁଥିବା କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କାରାଇ ଦେଇଚ୍ଥନ୍ତି । ନିର୍ବାଚନ ଏକ ଜାତୀୟ କାର୍ଯ୍ୟକ୍ରମ ।ଏଥିରେ ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀ ମାନଙ୍କର ଆବଶ୍ୟକତା ହୋଇଥାଏ । ସେଥିପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସବୁ କିଚ୍ଥି ଶୃଙ୍ଖଳିତ ଭାବେ ପରିଚାଳନା କରାଯାଉଚ୍ଥି ।ଯାଜପୁର ଜିଲ୍ଲାରେ ୫ ଗୋଟି ପର୍ଯ୍ୟାୟରେ ନିର୍ବାଚନ ଚଳିତ ମାସ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ଅନୁଷ୍ଠିତ ହେବ । ଏହି ନିର୍ବାଚନକୁ ସୁରୁଖୁରୁରେ ନିର୍ବାହ ପାଇଁ ଚଳିତ ମାସ ୩ ଓ ୪ ତାରିଖ ପୂର୍ବାହ୍ନ ୧୦ ଘଟିକା ଠାରୁ ପ୍ରିଜାଇଡିଂ ଓ ପାଷ୍ଟ ପୁଲିଂ ଅପିଂସର ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।ଯାଜପୁର ବ୍ଳ୍‌କ ପାଇଁ ଏନ୍‌.ସି. କଲେଜ ଠାରେ, ଧର୍ମଶାଳା ବ୍ଳ୍‌କ ପାଇଁ ଧର୍ମଶାଳା ମହାବିଦ୍ୟାଳୟ, ଜାରକା, ବଡଚଣା ବ୍ଳ୍‌କ ପାଇଁ ବି.ବି. ମହାବିଦ୍ୟାଳୟ, ଚଣ୍ଡିଖୋଲ, ଦଶରଥପୁର ପାଇଁ ଏସ୍‌.ଜି. କଲେଜ, କୋରାଇ ପାଇଁ କାହ୍ନୁ ଚରଣ ଡିଗ୍ରୀ କଲେଜ, ବିଂଝାରପୁର ପାଇଁ ବରୁଣେଶ୍ୱର ମହାବିଦ୍ୟାଳୟ, ସୁକିନ୍ଦା ପାଇଁ ସୁକିନ୍ଦା କଲେଜ, ଦାନଗଦୀ ପାଇଁ ବୁଦ୍ଧରାଜ ବିଦ୍ୟାପୀଠ, ଦାନଗଦୀ, ରସୁଲପୁର ପାଇଁ ୟୁ.ଏନ୍‌. ମହାବିଦ୍ୟାଳୟ, ମୁଗୁପାଳ ଓ ବରୀ ବ୍ଳ୍‌କ ପାଇଁ ଜି.ସି. କଲେଜ, ରାମଚନ୍ଦ୍ରପୁର, ବରୀ ଠାରେ ପ୍ରଶିକ୍ଷଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଚ୍ଥି ବୋଲି ଜିଲ୍ଲାପାଳ ସୂଚନା ଦେବାସହ ଅନୁପସ୍ଥିତ ପ୍ରିଜାଇଡିଂ ଓ ପୁଲିଂ ଅପିଂସର ମାନଙ୍କ ତାଲିକା ଜିଲ୍ଳ୍‌ା କାର୍ଯ୍ୟାଳୟକୁ କାର୍ଯ୍ୟାନୁଷ୍ଠାନ ନିମିତ୍ତ ପ୍ରେରଣ କରିବାକୁ ବି.ଡି.ଓ. ମାନଙ୍କୁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଅପର ପକ୍ଷରେ ଦାୟିତ୍ୱ ଦିଆଯାଇଥିବା ସମସ୍ତ ପ୍ରିଜାଇଡିଂ ଓ ପାଂଷ୍ଟ ପୁଲିଂ ଅପିଂସର ମାନେ ନିଶ୍ଚିତ ତାଲିମ ନେବାକୁ ସଂପୃକ୍ତ ବି.ଡି.ଓ. ତଥା ନିର୍ବାଚନ ଅଧିକାରୀ ମାନେ ଅନୁରୋଧ କରିଚ୍ଥନ୍ତି । ସେହିପରି ସମସ୍ତ ପ୍ରିଜାଇଡିଂ ଓ ପୁଲିଂ ଅଧିକାରୀ ମାନେ ଧାର୍ଯ୍ୟ ତାରିଖ ଓ ସମୟରେ ନିର୍ବାଚନ ପରିଚାଳନା ପାଇଁ ନିର୍ଦ୍ଧାରିତ ସ୍ଥାନରେ ଉପଲବ୍ଧ ହେବାକୁ ବି.ଡି.ଓ. ମାନେ ଅନୁରୋଧ କରିଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close