ଆର.ଆଇ. ମାନଙ୍କ ପ୍ରଶିକ୍ଷଣ ଶିବିର ଉଜ୍ଜାପିତ

ଯାଜପୁର ; ୨୮/୦୧ (ନି ପ୍ର ) : ନବ ନିଯୁକ୍ତ ଆର.ଆଇ. ବା ରାଜସ୍ୱ ନିରୀକ୍ଷକ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟ ଶୁକ୍ରବାର ସମାପ୍ତ ହୋଇଚ୍ଥି । ଚଳିତ ମାସ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ୩୬ ଜଣ ଆର.ଆଇ. ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ଶେଷ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଯୋଗଦେଇ ସପଂଳତାର ସହ ପ୍ରଶିକ୍ଷଣ ନେଇଥିବାରୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ନିଜ ଜ୍ଞାନ ଓ ଅଭିଜ୍ଞତାକୁ ଉପଯୋଗ କରି ଭଲ କାମ କରିବା ଓ ସାଧାରଣ ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗ ନଗର ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ରସୁଲପୁର ତହସିଲଦାର ନିରଂଜନ ସାହୁ, ଅବସରପ୍ରାପ୍ତ ବନ୍ଦୋବସ୍ତ ଅଧିକାରୀ ନୀଳମଣି ବେହେରା ପ୍ରମୁଖ ଯୋଗଦେଇ ନୂତନ ଆର.ଆଇ. ମାନଙ୍କୁ ଶୁଭେଚ୍ଚ୍ଥା ଜଣାଇବା ସହିତ ନିଷ୍ଠାର ସହ କାର୍ଯ୍ୟ ପାଇଁ ପରାମର୍ଶ ଦେଇଥିଲେ । ଏହି ପ୍ରଶିକ୍ଷଣକୁ ରାଜସ୍ୱ ସୁପରଭାଇଜର ଗୈାରାଙ୍ଗ ଶତପଥୀ ମାଷ୍ଟର ଟ୍ରେନର ଭାବେ ପରିଚାଳନା କରିଥିଲେ ।ଏଥିରେ ଓଡିଶା ମ୍ୟୁଟେସନ ମାନୁଆଲ, ଲ୍ୟାଣ୍ଡ ସେଟେଲମେଣ୍ଟ ,ସର୍ଭେ ସେଟେଲମେଣ୍ଟ, ଲ୍ୟାଣ୍ଡ ରିପଂର୍ମସ୍ ଆକ୍ଟ , ଓଡିଶା ପବ୍ଲିକ୍ ସର୍ଭିସ ଆକ୍ଟ, ଓଡିଶା ପବ୍ଲିକ୍ ଡିମାଣ୍ଡ ରିକଭରି ଆକ୍ଟ , ଓଡିଶା ରିଲିପଂ କୋଡ, ସ୍ପେଶାଲ ସର୍ଭେ ଆଣ୍ଡ ସେଟେଲମେଣ୍ଟ , ପଂରେଷ୍ଟ କଞ୍ଜରଭେସନ ଆକ୍ଟ , ପଂରେଷ୍ଟ ରାଇଟ ଆକ୍ଟ , ମାନୁଆଲ ଅପଂ ତହସିଲ ଆକାଉଣ୍ଟ, ଓଡିଶା କାଷ୍ଟ ସାର୍ଟିପିଂକେଟ ରୁଲ, ମିସ୍ ସାର୍ଟିପିଂକେଟ, ରାଇଟ ଟୁ ପବ୍ଲିକ୍ ସର୍ଭିସ ଆକ୍ଟ, ଓଡିଶା ମାଇନର ମିନେରାଲ୍ସ କନ୍‌ସେସନ ରୁଲ,ବେ ବନ୍ଦୋବସ୍ତ କେଶ୍ ଇତ୍ୟାଦି ସଂପର୍କରେ ବିଷଦ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ସେହିପରି ସେମାନଙ୍କୁ ଅଧିକ ଦକ୍ଷତା ପାଇଁ କ୍ଷେତ୍ର ପରିଦର୍ଶନ ଓ ସେମାନଙ୍କର ବିବିଧ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ୟାର ସମାଧାନ କରାଯାଇଥିଲା ।ଏହି କର୍ଯ୍ୟକ୍ରମରେ ସମସ୍ତ ଟ୍ରେନିଂ ଆର.ଆଇ. ମାନଙ୍କୁ ସାର୍ଟିପିଂକେଟ ମଧ୍ୟ ପ୍ରଦାନ କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close