ଯାଜପୁରର ମନସ୍ୱିନୀ ସାହୁ ତୃତୀୟ ଥର ପାଇଁ ଆର୍ନ୍ତଜାତିକ ପ୍ରୋ-କବାଡ଼ି ଅଫିସିଆଲ ଭାବେ ମନୋନୀତ
ବ୍ୟାସନଗର, ୨୨.୧୧: ଓଡ଼ିଶାର ଯାଜପୁର ଜିଲ୍ଲାର ମହିଳା କବାଡ଼ି ଖେଳାଳୀ ମନସ୍ୱିନୀ ସାହୁ ଆର୍ନ୍ତଜାତିକ ସ୍ତରୀୟ ୮ମ ପ୍ରୋ-କବାଡ଼ି ଖେଳ ପାଇଁ ଟେକନିକାଲ୍ ଅଫିସିଆଲ ଭାବେ ତୃତୀୟ ଥର ପାଇଁ ମନୋନୀତ ହୋଇଛନ୍ତି । ପ୍ରୋ-କବାଡ଼ି ଖେଳ ପାଇଁ ଆସନ୍ତା ଡ଼ିସେମ୍ବର ୨୨ ତାରିଖରୁ ୨୬ ଫେବୃୟାରୀ ପର୍ଯ୍ୟନ୍ତ ଟେକ୍ନିକାଲ ଅଫିସିଆଲ ଭାବେ ସେ ଯୋଗ ଦେବେ । ସେ ଏହା ପୂର୍ବରୁ ୨ଥର ଏହି ଗୁରୁ ଦାୟିତ୍ୱ ସଫଳତାର ସହ ବହନ କରି ବେଶ ପ୍ରଂଶସିତ ହୋଇଛନ୍ତି । ଏହି ଖବର ଜଣାପଡ଼ିବା ପରେ ଯାଜପୁର ଜିଲ୍ଲାରେ ଖେଳାଳୀ ଓ କ୍ରୀଡ଼ାପ୍ରେମୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ତାଙ୍କର ଏହି କୃତିତ୍ୱ ପାଇଁ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି, ସାଧାରଣ ସଂପାଦକ ସଂବିତ୍ ମହାନ୍ତି, କବାଡ଼ି ସଂପାଦକ ରମେଶ ଚନ୍ଦ୍ର ପଣ୍ଡା, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉତରୋତର ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
Live Share Market