ସର୍ତକତା ସଚେତନତା ସପ୍ତାହ ୨୦୨୧ ଅବସରରେ ପାରାଦୀପ ରିଫାଇନରୀ ଦ୍ୱାରା ଗ୍ରାମ ସଭା ଆୟୋଜିତ
ପାରାଦୀପ, ୨/୧୧(ଚକ୍ରଧର ଦାଶଙ୍କ ଠାରୁ): ସର୍ତକତା ସଚେତନତା ସପ୍ତାହ ୨୦୨୧ର ପାଳନ ଅବସରରେ ତା. ୩୦.୧୦.୨୦୨୧ ରିଖରେ ଜଗତସିଂହପୁର ଜିଲ୍ଲା ଢିଙ୍କିଆ ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ତ୍ରିଲୋଚନପୁର ଗ୍ରାମରେ ପାରାଦୀପ ରିଫାଇନରୀ ଦ୍ୱାରା ଏକ ଗ୍ରାମ ସଭା ଆୟୋଜିତ ହୋଇଥିଲା । ଏହି ଅବସରରେ ଓଡିଆରେ ସତ୍ୟନିଷ୍ଠାର ଶପଥ ପାଠ କରାଯାଇଥିଲା । ଶ୍ରୀ ପି ମିଶ୍ରା, ଡିଜିଏମ୍ (ଭିଜିଲାନସ), ପାରାଦୀପ ରିଫାଇନରୀ ଉପସ୍ଥିତ ସମସ୍ତ ଗ୍ରାମବାସୀଙ୍କୁ ସ୍ୱାଗତ କରିବା ସହ ସମାଜ ତଥା ଦେଶର ସାମଗ୍ରିକ ବିକାଶରେ ଅଖଣ୍ଡତା ଏବଂ ନୈତିକତାର ମହତ୍ତ୍ୱ ବିଷରେ ବର୍ଣ୍ପନା କରିଥିଲେ । ଏହି ଅବସରରେ ସରପଂଚ କିଶୋର କୁମାର ପରିଡା ଅଭିଭାଷଣ ଦେଇ ସମସ୍ତଙ୍କୁ ଦୁର୍ନୀତି ବିରରାଧରେ ସ୍ୱର ଉତୋଳନ କରିବାକୁ ଅନୁରୋଧ କରିଥିଲେ । ଉକ୍ତ ସଭାରେ ଶ୍ରୀ ବି. ପି. ସୁବୁଧି, ସିଏମ୍ (ସିସି ଆଣ୍ଡ୍ ସିଏସ୍ଆର) ଏବଂ ଶ୍ରୀ ଅରିନ୍ଦମ୍ ଘୋଷ, ମ୍ୟାନେଜର(ଭିଜିଲାନସ) ମଧ୍ୟ ରିଫାଇନରୀ ତରଫରୁ ଭାଗ ନେଇଥିଲେ । ଏହି ଅବସରରର ହାଇଜେନିକ୍ କିଟ୍ ଏବଂ ଫେସ୍ ମାସ୍କ ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା ।