ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତିଙ୍କ ବିୟୋଗରେ ଶୋକ ସଭା
ବ୍ୟାସନଗର, ୨୯/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଂଚଳର ବିଶିଷ୍ଟ ସମାଜସେବୀ, କାଳିଆପାଣି ସ୍ଥିତ ‘ଟିସ୍କୋ’ ମାଇନ୍ସର ପୂର୍ବତନ ଅଧିକାରୀ ଉପେନ୍ଦ୍ରନାଥ ମହାନ୍ତିଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ବ୍ୟାସନଗରର ବହୁ ଅନୁଷ୍ଠାନ ୰ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶୋକସଭାମାନ କରିଛନ୍ତି ।
ଗତକାଲି ଶନିବାର ସନ୍ଧ୍ୟାରେ ୰ ମହାନ୍ତିଙ୍କ ଏକାଦଶାହ ତିଥିରେ ସ୍ଥାନୀୟ ‘ବ୍ୟାସଶ୍ରୀ କଳା ନିକେତନ’ ଠାରେ ବରିଷ୍ଠ ଗାଳ୍ପିକ ନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାକୁ ସହରର ୪ଟି ଅନୁଷ୍ଠାନ ଯଥା- ଶହୀଦ୍ ଭଗତ ସିଂହ ଯୁବକ ସଂଘ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚ, ଉଦୟବଟ, କ୍ରୀଡ଼ା ଭାରତୀ ଆୟୋଜନ କରିଥିଲେ । ଏଥିରେ ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷା ସବିତା ରାଉତ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଶହୀଦ୍ ଭଗତ ସିଂହ ଯୁବକ ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳ, ଶିକ୍ଷାବିଦ୍ ଅଶ୍ୱିନୀ କୁମାର ଦାସ, ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ସର୍ବଭାରତୀୟ ସ୍ତରର ବେସରକାରୀ କଲେଜ ଶିକ୍ଷକ ସଂଘ ନେତା ଡ଼ଃ. ଦୁଷ୍ମନ୍ତ କୁମାର ନାୟକ, ସମାଜସେବୀ ଇଂ. ବିଶ୍ୱଜିତ ମହାନ୍ତି, ବ୍ୟଙ୍ଗ କବି ବାଇଧର ମାଝୀ, ସାମ୍ବାଦିକ ଚିନ୍ତାମଣି ପାଢ଼ୀ, ବିଶ୍ୱବନ୍ଦିତା ମହାପାତ୍ର, ଅଧ୍ୟାପିକା ଡ଼. ପ୍ରଜ୍ଞାପ୍ରବର୍ତିକା ଦାଶ, ପଣ୍ଡିତ୍ ଅକ୍ଷୟ କୁମାର ଦାଶ, କବୟତ୍ରୀ ବ୍ରଜେଶ୍ୱରୀ ସିଂହ, ସାମ୍ବାଦିକ କୈଳାସ ରାଉତ, ବସନ୍ତ କୁମାର ପାତ୍ର, ଅଶୋକ ବୋଷ, ସନାତନ ମଲ୍ଲିକ, ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ପ୍ରଫୁଲ୍ଲ କୁମାର ନାୟକ, ପୁଲିନ ବିହାରୀ ଖୁଂଟିଆ, ଅକ୍ଷୟ କୁମାର ଦେଓ, ମହେଶ୍ୱର ନାୟକ, ସାମ୍ବାଦିକ ଶ୍ୟାମଳେନ୍ଦୁ ପାତ୍ର, ଅସିତ୍ ଦାସ, ଦୀପକ ମଲ୍ଲିକ, ନୀଳମଣି ଜେନା, ହେମନ୍ତ ନାୟକ, ପରେଶ ଦାଶ ପ୍ରମୁଖ ଯୋଗ ଦେଇ ୰ ମହାନ୍ତିଙ୍କ ବହୁମୁଖି ପ୍ରତିଭାର ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବରିଷ୍ଠ ସମାଜସେବୀ ନାରାୟଣ ଚନ୍ଦ୍ର ନାୟକ ୰ ମହାନ୍ତିଙ୍କ ଜୀବନି ଉପରେ ଏକ କବିତା ଆବୃତି କରିଥିଲେ । ୰ ମହାନ୍ତି ସହରର ବହୁ ଅନୁଷ୍ଠାନ ସହ ସଂପୃକ୍ତ ରହି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେଇ ସମାଜସେବା କରୁଥିଲେ । ସହରର ବହୁ ସମସ୍ୟା ଉପରେ ସେ ସଂଗ୍ରାମ କରୁଥିଲେ । ତାଙ୍କର ସମୟାନୁବର୍ତିତା ଗୁଣ ସମସ୍ତଙ୍କ ପାଇଁ ଶିକ୍ଷଣୀୟ ବୋଲି ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଚାଲୁରହିଛି ଓ ଆଗକୁ କରାଯିବାକୁ ଏଠାରେ ଯୋଜନା ହୋଇଥିଲା ।
ଶହୀଦ୍ ଭଗତ ସିଂହ ଯୁବକ ସଂଘର ସଂପାଦକ ହେମନ୍ତ କୁମାର ଧିର ଓ କ୍ରୀଡ଼ା ଭାରତୀର ରାଜ୍ୟ ସଂଯୋଜକ ଜ୍ଞାନରଂଜନ ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।