ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କୁ ଭେଟିଲେ ରାଜ୍ୟସ୍ଥରୀୟ ମାନବାଧିକାର କର୍ମୀ
ଯାଜପୁରରୋଡ଼ / ବ୍ୟାସନଗର ; ( ବସନ୍ତ କୁମାର ପାତ୍ରଙ୍କ ଠାରୁ ) : ବ୍ୟାସନଗର ପୋୖରାଞ୍ଚଳ ଅନ୍ତର୍ଗତ ଯାଜପୁରରୋଡ଼ ଆଦର୍ଶ ଥାନାରେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିବା ଅନୀଲ କୁମାର ମହାନ୍ତିଙ୍କ ବଦଳି ପରେ ତାଙ୍କର ସ୍ଥାନ ପୂରଣ କରିଥିବା ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କୁ ଅଞ୍ଚଳର କିଛି ସମସ୍ୟାକୁ ନେଇ ଭେଟିଛନ୍ତି ରାଜ୍ୟ ମାନବାଧିକାର କର୍ମୀ। ରାଜ୍ୟ ମାନବାଧିକାର ଏବଂ ସାମାଜିକ ନ୍ୟାୟ ମିଶନର ରାଜ୍ୟ ମୁଖ୍ୟ ସଚିବ ତଥା ଉଦୟବଟର ସହ ସମ୍ପାଦକ ଦୀପକ ରଞ୍ଜନ ପାଣିଗ୍ରାହୀଙ୍କ ସହ ଯାଜପୁର ଜିଲ୍ଲା ପ୍ରତିନିଧି ବସନ୍ତ କୁମାର ପାତ୍ର ପୁଷ୍ପଗୁଚ୍ଛ ଦ୍ୱାରା ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଅଳ୍ପ କିଛି ଦିନର କାର୍ଯ୍ୟଶୈଳୀ ଯୋଗୁଁ ବ୍ୟାସନଗର ଅଞ୍ଚଳରେ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ସେ ଜଣେ ଦକ୍ଷ ପ୍ରଶାସକ ଭାବରେ ପୁରୀ ଅଞ୍ଚଳରେ ବେଶ ଜଣାଶୁଣା । ଅନେକ କାର୍ଯ୍ୟ ନିଜ ହାତକୁ ନେଇ ମଧ୍ୟ ସେ ପ୍ରଶଂସନୀୟ ହୋଇଛନ୍ତି । ତାଙ୍କର ଯୋଗଦାନ ପରେ ବ୍ୟାସନଗର ଭଳି ଭାଇଚାରାର ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରହିଛି। କରୋନାର ସାମ୍ଭବ୍ୟ ତୃତୀୟ ଲହର ଆସୁଥିବା କାରଣରୁ ପାର୍ବଣ ସମୟରେ ସତର୍କ ରହିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିବା ବେଳେ ପାର୍ବଣ ସମୟ ଥିବାରୁ ଯାଜପୁର ରୋଡ଼ ଅଞ୍ଚଳରେ କିଭଳି ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇପାରିବ ଏ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବ୍ୟାସନଗର ଅଞ୍ଚଳରେ କିଛି ସ୍ଥାନରେ ଅନୈତିକ କାର୍ଯ୍ୟ ହେଉଥିବାର ଘଟଣା ସାମ୍ନାକୁ ଆସୁଥିବାରୁ ଏ ନେଇ ବିଶେଷ ଆଲୋଚନା କରିଥିଲେ ରାଜ୍ୟ ମାନବାଧିକାର କର୍ମୀ। ନିକଟରେ ଦଶହରା ଥିବାରୁ ଏହି ସମୟରେ କରୋନା କଟକଣା ପାଳନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ପାର୍ବଣ ସମୟରେ ଆମକୁ ସରକାରଙ୍କ ନିୟମ ମାନିବାକୁ ହେବ । ଯଦି ଏହି ଦୁଇ ମାସ ଆମେ ନିୟମ ମାନି ସତର୍କ ରହିବା ତେବେ ଭବିଷ୍ୟତର ତୃତୀୟ ଲହରକୁ ଏଡାଇ ଦେଇପାରିବା ବୋଲି ଅଧିକାରୀ ଶ୍ରୀ ପ୍ରଧାନ ଆଲୋଚନାରେ ମତ ରଖିଛନ୍ତି। ଯାଜପୁରରୋଡ଼ ରେ ଆଗାମୀ ଦିନରେ କିଭଳି ଶାନ୍ତି ଶୃଙ୍ଖଳା ରହିବ ଏଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।