ମାଉଣ୍ଟ ଲିଟେରା ଜି ସ୍କୁଲ ,କୁସୁନପୁର, ଯାଜପୁରରେ ୭ତମ ରକ୍ତଦାନ ଶିବିର ଅନୁଷ୍ଠିତ

ଯାଜପୁର/କଳିଙ୍ଗନଗର ; ୧୯/୦୮ ( ବ୍ୟୁରୋ) : ଆମ ଓଡ଼ିଶା ରକ୍ତଦାନ ଅଭିଯାନରେ ମାଉଣ୍ଟ ଲିଟେରା ଜି ସ୍କୁଲ ,ଯାଜପୁର ତରଫରୁ ଆୟୋଜିତ ହୋଇଥିଲା ୭ତମ ରକ୍ତଦାନ ଶିବିର। ଆମ ଓଡ଼ିଶା ଏବଂ ସମ୍ବାଦ ଅନୁକୂଲ୍ୟ ରେ ବିଜୁ ସାହୁଙ୍କ ତତ୍ୱବଧାନରେଏହି ରକ୍ତଦାନ ଶିବିର ପୂର୍ବାହ୍ନ ୯ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ରକ୍ତଦାନ କାର୍ଯ୍ୟକ୍ରମ ଚାଲୁରହିଥିଲା। ଏହି କାର୍ଯ୍ୟକ୍ରମକୁ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା। ଏହି ସଭାରେ କଳିଙ୍ଗନଗର ଆଇଆଇସି ସୁଶାନ୍ତ କୁମାର ଦାଶ ,ବ୍ୟାସନଗର ତହସିଲଦାର ବିକ୍ରମ ମଲ୍ଲିକ,ଲେଖିକା ଜୟନ୍ତୀ ଜେନା , ଡ଼ ସନ୍ତୋଷ କୁମାର ପୃଷ୍ଟି ,ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି ,ଯାଜପୁରରୋଡ଼ ହୁଣ୍ଡା ମୋଟର  ମାଲିକ ରାକେଶ ରାଉତ ପ୍ରମୁଖ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦଶମ ଓ ଦ୍ୱାଦଶ ରେ ଏ ବର୍ଷର କିଛି କୃତି ଛାତ୍ର ଛାତ୍ରୀଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା ରକ୍ତଦାନ ମହତ ଦାନ  ସମ୍ପର୍କରେ ଅଭିଭାଷଣ ଉପସ୍ଥାପନ କରିଥିଲେ । ରକ୍ତଦାନ କୁ ଏକ ମହତ ଦାନ ମନେକରି ସ୍ବେଚ୍ଛାକୃତ ଭାବରେ ପାଖାପାଖି ୧୦୦ ରକ୍ତଦାତା ଉକ୍ତ ଶିବିରରେ ରକ୍ତଦାନ କରିଥିଲେ। ବିଦ୍ୟାଳୟର ଚେୟାରମ୍ୟାନ ବୁଦ୍ଧଦେବ ରାଉତ , ବିଦ୍ୟାଳୟର ଅଧ୍ୟକ୍ଷ କୋଲାଲ ମିତ୍ର ରକ୍ତଦାତା ଙ୍କୁ ଧନ୍ୟବାଦ ଦେବାସହ ଏବର୍ଷର କୃତି ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସ୍କାଉଟ ଆଣ୍ଡ ଗାଇଡ଼ ମାଷ୍ଟର ଶ୍ରୀମନ୍ତ କୁମାର ରାଉତ  ସ୍କାଉଟ ପିଲାଙ୍କୁ ନେଇ କାର୍ଯ୍ୟକ୍ରମ ପରିଚାଳନା ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ। ଏହି କାର୍ଯ୍ୟକ୍ରମ ସଂଚାଳନରେ ଏକାଡେମୀକ ମୂଖ୍ୟ ବଲବୀର ସିଂ ଓ ସୋନିଆ ବେଦୀଙ୍କ ସହ ସୁଭଦ୍ରା ମହାନ୍ତି  ମଧ୍ୟ  ଦାୟିତ୍ୱ ତୁଲାଇ ଥିଲେ। ଏଥି ସହ ବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ ମଦନମୋହନ ମୋହନ ମଲ୍ଲିକ , ପରୀକ୍ଷା କୋଡ଼ିନେଟର ତୁଶାରକାନ୍ତ  ଶତପଥୀ , ବିଜ୍ଞାନ ବିଭାଗ ପ୍ରଦ୍ୟୁମ୍ନ କୁମାର ପାଢୀ,ଖେଳ ବିଭାଗ ସୁକାନ୍ତ କୁମାର ପାତ୍ର ,ଇତିହାସ ବିଭାଗର ଅଧ୍ୟାପକ ବିଦ୍ୟାଧର ପରିଡ଼ା ,କଳା ବିଭାଗ ର ଉଦୟ କୁମାର ଙ୍କ ସହ   ଅଳ୍ପ ସଂଖ୍ୟକ ଅଧ୍ୟାପକ/ଅଧ୍ୟାପିକା ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳତାରେ ସହଯୋଗ କରିଥିଲେ। ମାଉଣ୍ଟ ଲିଟେରା ଜି ସ୍କୁଲ କୁ ଏବର୍ଷ ର ବିଶେଷ ସଫଳତା ପ୍ରାପ୍ତ ହୋଇଥିବା ବେଳେ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ଓଡ଼ିଶା ସରକାର ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ବିଦ୍ୟାଳୟକୁ  ପ୍ରକୃତି ମିତ୍ର ପୁରସ୍କାର ୨୦୨୧ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close