
ସମ୍ବିଧାନ ବଂଚାଓ ମହାସମାବେଶ ଆସନ୍ତା ୧୧ରେ; ସଫଳ କରିବାକୁ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ
ଯାଜପୁର, ୦୬/୦୭ (ଉ.ନ୍ୟୁଜ୍ ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଚଳିତ ଜୁଲାଇ ମାସ ୧୧ ତାରିଖ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡିଆ ଠାରେ ସମ୍ବିଧାନ ବଂଚାଓ ମହାସମାବେଶର ଆୟୋଜନ କରାଯାଇଛି । ଓଡିଶା ସରକାରଙ୍କ ଶାସନ କାଳ ସମୟରେ ନାରୀ ନିର୍ଯ୍ୟାତନା, ବେରୋଜଗାରୀ, ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା, ରଥ ଯାତ୍ରା ସମୟରେ ଅଘଟଣ ଏବଂ ଅସାମ୍ବିଧାନିକ କାର୍ଯ୍ୟର ପ୍ରତିବାଦକୁ ନେଇ ଏହି ସମାବେଶର ଆୟୋଜନ କରାଯାଇଛି । ଏହି ସମାବେଶକୁ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡଗେ, ଦଳର ପ୍ରିୟ ନେତା ରାହୁଲ ଗାନ୍ଧୀ ପ୍ରମୁଖ ସମ୍ବୋଧିତ କରିବେ । ଏଥିପାଇଁ ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଭରି ଯାଇଛି । ସମଗ୍ର ଓଡିଶାରୁ ଲକ୍ଷାଧିକ ସଂଖ୍ୟାର ନେତୃମଣ୍ଡଳୀ ଓ କର୍ମୀମାନଙ୍କ ସମାବେଶ ହେବ ବୋଲି ଆଶା ବ୍ୟକ୍ତ କରାଯାଇଥିବା ବେଳେ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ପୂର୍ବ ପ୍ରସ୍ତୁତି ବୈଠକ କରାଯାଇଛି । ଜିଲ୍ଲା ସଭାପତି ମନୋଜ ରାଉତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ଓଡିଶା ପ୍ରଭାରୀ ଅଜୟ ଲଲ୍ଲୁ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖଂଟିଆ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ଯାଜପୁର ଜିଲ୍ଲା ପ୍ରଭାରୀ ମୋହନ ହେମ୍ରମ୍, ପିସିସି ସଭାପତି ରାଜନୈତିକ ସଚିବ ସୁଧାଂଶୁ ଶେଖର ଦେଓ ପ୍ରମୁଖ ଯୋଗ ଦେଇ ସମାବେଶ କିପରି ସଫଲ ହୋଇପାରିବ ତାହା ସମସ୍ତ ବିଧାନସଭା ମଣ୍ଡଳୀ ନେତା ଓ ବ୍ଲକ ସ୍ତରୀୟ ନେତୃମଣ୍ଡଳୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ସମସ୍ତ ନେତୃମଣ୍ଡଳୀମାନେ ନିଜ ନିଜର ମତ ରଖିବା ସହ ସମାବେଶକୁ ସଫଳ କରିବାକୁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିବାକୁ ପ୍ରତିଶ୍ରୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ବଡଚଣାର ଅଜୟ ସାମଲ, ଧର୍ମଶାଳାର କିଷାନ ପଣ୍ଡା, ଯାଜପୁରର ସୁଦିପ କୁମାର କର, କୋରେଇର ବନ୍ଦିତା ପରିଡା, ବିଂଝାରପୁରର କନକ ମଲ୍ଲିକ, ସୁକିନ୍ଦାର ବିଭୁଭୁଷଣ ରାଉତ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଆରତୀ ଦେଓ, ପିସିସି ସଭ୍ୟା ମଧୁସ୍ମିତା ଆଚାର୍ଯ୍ୟ, ଦିଗମ୍ବର କର, ପୂର୍ବତନ ସାଂସଦ ଅଂଚଳ ଦାସ, ସନ୍ତୋଷ ନନ୍ଦ, ଶ୍ରୀନାଥ ମିଶ୍ର, ସୂର୍ଯ୍ୟମଣି ଖିଲାର, ପଦ୍ମାକର ଗୁରୁ, ବିଷ୍ଣୁ ରାଉତ, ବିଦ୍ୟାଧର ମହାନ୍ତି, ମାନସ କର, ଦୁର୍ଯ୍ୟାଧନ ବେହେରା, ମାଗୁଣି ଜେନା, ସୁଶାନ୍ତ ତ୍ରିପାଠୀ, ବିଳାସ ରାଉତରାୟ, ବିଶ୍ୱ ପ୍ରକାଶ ସାମଲ, ଭାସ୍କର ମହାନ୍ତି, ସୁକୁମାର ଦେଓ, ସଂଜୟ ରାଉତ, ପ୍ରତିମା କର, ଜନ୍ମେଜୟ ବଳସାମନ୍ତ, ଅନିଲ ମହାନ୍ତି, ସନ୍ତୋଷ ବଳ, ବିଭୁ ପ୍ରକାଶ ସାମଲ, ଦେବେନ୍ଦ୍ର ପଣ୍ଡା, ମନୋରଂଜନ ଦାସ, କୁମାର ଆଶୁତୋଷ, ଅନୁପମ ମଲ୍ଲିକ, ଅରଜିତ ନାୟକ, କଳ୍ପନା ପଣ୍ଡା, ରବି ନାରାୟଣ ସ୍ୱାଇଁ, କପିଳେଶ୍ୱର ଦଳାଇ, ଅଶୋକ ଦାସ, ମାନସ ପଣ୍ଡା, ଅବଦୁଲ ରୌପ, ଅବଦୁଲ ସାଏମା, ବସନ୍ତ ପରିଡା, ବ୍ଲକ ସଭାପତି ଗଦାଧର ଦାସ, ପୌରପାଳିକା ସଭାପତି ନାରାୟଣ ଚନ୍ଦ୍ର ସାମନ୍ତ, ପ୍ରବୋଧ ଦାସ, ମନୋଜ ଦାସ, ମିହିର ମିଶ୍ର, ଶ୍ୟାମ ସୁନ୍ଦର କର, ରଣଜିତ ରାଜ ପ୍ରଭୃତି ଅଂଶ ଗ୍ରହଣ କରିଥିବା ବେଳେ ଚନ୍ଦ୍ର ଶେଖର ସାହୁ, ଜଗନ କେତକୀ, ସନ୍ତୋଷ ବଳ, ଅକ୍ଷୟ ଶତପଥୀ, ବିଭୁତି ମହାପାତ୍ର, ସଂଜୀବ ଦାସ, ରାଜୀବ ମହାପାତ୍ର, ମିହିର ମିଶ୍ର, ବଟକୃଷ୍ଣ ମହାପାତ୍ର, ଅଭୟ ସାହୁ, ଅନୁପମ ମଲ୍ଲିକ, ରମାକାନ୍ତ ସେଠୀ, ହରିହର ସାହୁ, ଅବଦୁଲ ସଲିମ, ସୁଧାଂଶୁ ଦେଓ, ରାକେଶ ସାହୁ, ଦେବକାନ୍ତ ପତି, ଯଯାତି ନାୟକ, ଉମାକାନ୍ତ ଜେନା ପ୍ରମୁଖ ଉପସ୍ଥିତ ରହି ସମାବେଶକୁ ସଫଳ କରିବାକୁ ପ୍ରତିଶ୍ରୃତି ଦେଇଥିଲେ ।
ଯାଜପୁରକୁ ରାହୁଲ ଗାନ୍ଧୀଙ୍କ ଗସ୍ତ ପାଇଁ ସାମ୍ବାଦିକ ସମ୍ମିଳନୀ
ଯାଜପୁର, ୦୬/୦୭(ଉ.ନ୍ୟୁଜ୍ ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ଯାଜପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧୧ ତାରିଖରେ ଭୁବନେଶ୍ୱର ଠାରେ ହେବାକୁଥିବା ସମ୍ବିଧାନ ବଂଚାଓ ସମାବେଶରେ ରାହୁଲ ଗାନ୍ଧୀ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହି କାର୍ଯ୍ୟକ୍ରମରେ ଯାଜପୁରର ସହଭାଗିତାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ପ୍ରାକ୍ତନ ସାଂସଦ ରାମ ଚନ୍ଦ୍ର ଖୁଂଟିଆ, ପ୍ରାକ୍ତନ ମନ୍ତ୍ରୀ ଶରତ ରାଉତ, ଜିଲ୍ଲା ସଭାପତି ମନୋଜ ରାଉତ, ଜିଲ୍ଲା ପ୍ରଭାରୀ ମୋହନ ହେମ୍ରମ୍, ପିସିସି ସଭାପତିଙ୍କ ରାଜନୈତିକ ସଚିବ ସୁଧାଂଶୁ ଶେଖର ଦେଓ, ସନ୍ତୋଷ ନନ୍ଦ ଏବଂ ଅଜୟ ସାମଲ ଉପସ୍ଥିତ ରହି ଶ୍ରୀ ଗାନ୍ଧୀଙ୍କ ଗସ୍ତସୂଚୀ ସଂପର୍କରେ ସୂଚନା ଦେବା ସହ ରାଜ୍ୟରେ ଚାଲିଥିବା ନାରୀ ନିର୍ଯ୍ୟାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବେରୋଜଗାରୀ, ରଥଯାତ୍ରାରେ ଅଘଟଣ, ଅସାମ୍ବିଧାନ କାର୍ଯ୍ୟକୁ ପ୍ରତିବାଦ ଓ ମୋଦୀ ସରକାରଙ୍କ ପ୍ରତାରଣା ବିରୁଦ୍ଧରେ ମହା ଜନ ସମାବେଶ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଏହି ସମାବେଶରେ ଲକ୍ଷାଧିକ ଲୋକ ଯୋଗ ଦେବେ ବୋଲି ଗଣମାଧ୍ୟମକୁ ଶ୍ରୀ ଖୁଂଟିଆ ଓ ଶ୍ରୀ ରାଉତ ସୂଚନା ଦେଇଥିଲେ । ତତ୍ସହିତ ଯାଜପୁର ଜିଲ୍ଲାରୁ ୫ ହଜାରରୁ ଉର୍ଦ୍ଧ କର୍ମୀ ଓ ନେତୃମଣ୍ଡଳୀ ସାମିଲ ହେବା ନେଇ ଖସଡା ପ୍ରସ୍ତୁତି ହୋଇଥିବା ସୂଚନା ଦିଆଯିବା ସହ ସମସ୍ତେ ଏହି ସମାବେଶରେ ସାମିଲ ହୋଇ ସଫଳ କରିବାକୁ ଅନୁରୋଧ କରାଯାଇଥିଲା ।