ବ୍ୟାସନଗରର କ୍ରୀଡ଼ାପ୍ରେମୀ, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ, ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଓ କ୍ରୀଡା ଉପକରଣ ବଂଟନ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ବ୍ୟାସନଗର, ୧୧/୦୮(ସନ୍ତୋଷ ରଥ/ବିଶ୍ୱରଂଜନ ପଟ୍ଟନାୟକଙ୍କ ଠାରୁ ): ଯାଜପୁର ଜିଲ୍ଲା ବ୍ୟାସନଗର ପୈାରାଂଚଳର କ୍ରୀଡ଼ାପ୍ରେମୀ, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ, ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଏଠାରେ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଈଁ ଦାବି କରିଥିବା ବେଳେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଇଣ୍ଡୋର ଷ୍ଟାଡିୟମର ପ୍ରତିଷ୍ଠା ପାଈଁ ଅନୁମୋଦନ ଦେଇଥିବା ହେତୁ ଏହି ଉପଲକ୍ଷେ ଆଜି ସ୍ଥାନୀୟ ‘ସେଲିବ୍ରେସନ ମଣ୍ଡପ’ ଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମସ୍ତ କ୍ରୀଡ଼ାବିତ, ବୁଦ୍ଧିଜୀବୀ ଓ ଛାତ୍ର ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି । ଏଥିରେ କୋରେଇ ବିଧାୟକ ଅଶୋକ ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବୀନ ସରକାର କ୍ରୀଡ଼ାବିଦ୍ ଓ ଖେଳାଳୀମାନଙ୍କୁ ଯଥାସମ୍ଭବ ସହଯୋଗ କରୁଥିବା ସହ ଉଚିତ ସମ୍ମାନ ମଧ୍ୟ ପ୍ରଦାନ କରିଆସୁଛନ୍ତି । ସେ ଉପସ୍ଥିତ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡା ଉପକରଣ ପ୍ରଦାନ କରିଥିଲେ। ଏହି ଇଣ୍ଡୋର ଷ୍ଟାଡିୟମରେ ୯କୋଟି ୫୫ଲକ୍ଷ ଟଙ୍କା ଅନୁଦାନ ମଂଜୁର ହୋଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ସବିତା ରାଉତ, ସରୋଜିନୀ ବଳ, ବିଜେଡି ନେତା ବ୍ରଜକିଶୋର ରାଉତ, ଉଷାରାଣୀ ସାମଲ, ମହେଶ ଧଳ, ପୂର୍ବତନ ପୈାର ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ଜିଲ୍ଲା କ୍ରୀଡ଼ା ସଂସଦର ସଂପାଦକ ସଂବିତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।ଏଠାରେ ୩୦ଜଣ କ୍ରୀଡ଼ାବିଦ୍ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା ।