କଳିଙ୍ଗନଗର ଏ ଡି ଏମ ଅଫିସ ସମ୍ମୁଖରେ ବେକାରଙ୍କୁ ନିଯୁକ୍ତି ଦାବିରେ ବିକ୍ଷୋଭ

ଯାଜପୁରରୋଡ, ୧୦ା୮: ଅଲ ଇଣ୍ଡିଆ ଅନଏମ୍ପ୍ଲାୟଡ଼ ୟୁଥ ଷ୍ଟ୍ରଗଲ କମିଟି (ଏ ଆଇ ୟୁ ୱାଇ ଏସ ସି) ପକ୍ଷରୁ କଳିଙ୍ଗନଗର ଏ ଡି ଏମ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ପ୍ରକାଶ ଥାଉକି ବର୍ଷକୁ ୨କୋଟି ବେକାରଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ କେନ୍ଦ୍ରରେ ବି ଜେ ପି କ୍ଷମତାରେ ଅଧିଷ୍ଟିତ ହେବା ଠାରୁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ବିଭାଗରୁ ୬ ଲକ୍ଷ ପଦବୀ ଉଛେଦ କରାଯାଇଛି | କରୋନା ମହାମାରୀ ଭିତରେ ୧୩କୋଟିରୁ ଉର୍ଦ୍ଧ ଲୋକ କର୍ମ ସଂସ୍ଥାନ ହରାଇଛନ୍ତି। କେନ୍ଦ୍ର ଓ ରାଜ୍ୟ ର ବିଭିନ୍ନ ସରକାରୀ ନିଯୁକ୍ତି ସଂସ୍ଥା ଦ୍ୱାରା କରାଯାଉଥିବା ପରୀକ୍ଷାର ସଠିକ ଭାବେ ଫଳ ପ୍ରକାଶନ କରାଯାଉନି, ଫଳ ପ୍ରକାଶ ହେଲେବି ନିଯୁକ୍ତି ପତ୍ର ମିଳୁନାହିଁ, ନିଯୁକ୍ତି ପତ୍ର ମିଳିଲେବି ଠିକ ସମୟରେ ନିଯୁକ୍ତି ଦିଆଯାଉନାହିଁ ।ଏହାକୁ ବିରୋଧ କରି ଏ ଆଇ ୟୁ ୱାଇ ଏସ ସି ସର୍ବ ଭାରତୀୟ କମିଟି ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଚାଲୁ କରି ସମସ୍ତ ବେକାରଙ୍କୁ କର୍ମ ନିଯୁକ୍ତି ଯୋଗେଇ ଦେବା, ଖାଲି ପଡ଼ିଥିବା ପଦବୀ ଗୁଡିକୁ ଅବିଳମ୍ବେ ପୂରଣ କରିବା ଦାବିରେ ଆଜି ସର୍ବଭାରତୀୟ ଦାବି ଦିବସ ପାଳନର ଆହ୍ୱାନ ଦିଆଯାଇଥିଲା | ଏହାକୁ ସମର୍ଥନ କରି ଯାଜପୁରରୋଡ ଠାରେ ଏକ ବିକ୍ଷୋଭ ପଟୁଆର ସର୍ବ ଭାରତୀୟ ଉପସଭାପତି ବିଜୟାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ, କେଦାରନାଥ ସାହୁ, ପ୍ରଶାନ୍ତ ସ୍ୱାଇଁ, ଶରତ ବାରିକ, କବି ସେଠି, ପ୍ରଶାନ୍ତ ମଲ୍ଲିକ, କାର୍ତ୍ତିକ ଦଳାଇ, ପ୍ରଫୁଲ୍ଲ ଜେନା, ଚିନ୍ମୟ ମଲ୍ଲିକ ପ୍ରଭୃତି ଯୁବ ଜୀବନର ଜ୍ୱଳନ୍ତ ଦାବିରେ ସ୍ଲୋଗାନମାନ ଦେଇଗୋପବନ୍ଧୁ ଛକରୁ ବାହାରି ବଜାର ପରିକ୍ରମା କଲା ପରେ ଏ ଡି ଏମ ଅଫିସରେ ପହଂଚି ଥିଲେ | ସେଠାରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଲିଖିତ ଦାବିପତ୍ର ଏ ଡି ଏମଙ୍କୁ ପ୍ରଦାନ କରାଯାଇଥିଲା | ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଙ୍ଗଠକମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
Live Share Market