ବ୍ୟାସନଗର ପୈାର ପରିଷଦ ପକ୍ଷରୁ ପନାସିଆ ବସ୍ତିରେ ସଚେତନତା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ବ୍ୟାସନଗର,୦୨/୮: ୨୬ ୱାର୍ଡ ବିଶିଷ୍ଟ ବ୍ୟାସନଗର ପୈାର ପରିଷଦ ଅଂଚଳରେ ଥିବା ‘ପନାସିଆ’ ବସ୍ତି ଯାଜପୁର ଜିଲ୍ଲା କାହିଁକି ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ପୈାର ପରିଷଦ ପକ୍ଷରୁ ଏହି ବସ୍ତିର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ କରାଯାଉଛି । ରାସ୍ତାଘାଟ, ପୋଖରୀର ଉନ୍ନତିକରଣ, ରାସ୍ତାଘାଟ ସଫେଇ, ଡ଼୍ରେନ, ପାଇଖାନା ନିର୍ମାଣ, ପାନୀୟ ଜଳ ଯୋଗାଣ, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ପାର୍କ ନିର୍ମାଣ, ବିଦ୍ୟୁତ୍ ସଂଯୋଗ ଆଦି ଉପରେ ଧ୍ୟାନ ଦିଆଯାଉଛି । ଆଜି ୦୨ନଂ. ୱାର୍ଡର ପନାସିଆ ଠାରେ ବସ୍ତି ଉନ୍ନୟନ କମିଟିର ବିଭିନ୍ନ କର୍ମକର୍ତାଙ୍କ ସହ ପୈାର ପରିଷଦର ଅଧିକାରୀ ଶଶିକାନ୍ତ ଘଡାଇ, ପ୍ରଜ୍ଞା ପରିମିତା ଚକ୍ରବର୍ତୀ, ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗର ୦୨ ଜଣ କର୍ମଚାରୀ ପ୍ରମୁଖ ଆଲୋଚନା କରି ସ୍ଥାନୀୟ ସମସ୍ୟା ଶୁଣିଥିଲେ । ଏସବୁର ପ୍ରତିକାର କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ । ଏଥିରେ ପନାସିଆ ବସ୍ତି ଉନ୍ନୟନ କମିଟିର ସଭାନେତ୍ରୀ ବିଦ୍ୟୁତ୍ପ୍ରଭା ରାୟ, ସଂପାଦିକା ଜ୍ୟୋତ୍ସାରାଣୀ ଦତ, ଅନପୂର୍ଣ୍ଣା ରାୟ, ସସ୍ମିତା ମଲ୍ଲିକ, ଇନ୍ଦୁମତି ସାହୁ, ଭାରତୀ ବେହେରା, ସୁମତି ବାରିକ, ଆରତୀ ବାରିକ, ବି. ସାବିତ୍ରୀ, ଜଗନ୍ନାଥ ସାହୁ, ଦୁଷ୍ମନ୍ତ କୁମାର ରାଉତ, ପ୍ରଫୁଲ୍ଲ ବାରିକ ପ୍ରମୁଖ ଯୋଗ ଦେଇ ବସ୍ତିର ସମସ୍ୟା ସଂର୍ପକରେ ଅବଗତ କରିଥିଲେ । ଏହି ୱାର୍ଡର ବାଙ୍କିସାହି ଠାରେ ମଧ୍ୟ ଅନୁରୂପ ଭାବେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।