ଚାଷୀଙ୍କ ଜମିରେ ରେଙ୍ଗାଲି କେନାଲର ପାଣି ପହଞ୍ଚିବା, ମୋ’ ଜୀବନର ଶ୍ରେଷ୍ଠ ଉପଲବଧି: ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ. ଘଡ଼ାଇ
ଯାଜପୁର, ୧୭/୭(ସନ୍ତୋଷ ରଥଙ୍କ ଠାରୁ): ରେଙ୍ଗାଲି ବାମପାର୍ଶ୍ୱର କେନାଲକୁ ବାସ୍ତବ ରୂପ ଦେଇ ୩ଟି ଜିଲ୍ଲାର କୃଷିକ୍ଷେତ୍ରକୁ ବିକଷିତ କରିଥିବା ପ୍ରଫୁଲ ଚନ୍ଦ୍ର ଘଡ଼ାଇଙ୍କ ଅବଦାନ ଅବର୍ଣ୍ଣନୀୟ। ନିଜର ଅର୍ଥମନ୍ତ୍ରୀତ୍ୱ କାଳରେ ରେଙ୍ଗାଲି କେନାଲର ପରିକଳ୍ପନା କରିଥିଲେ ଶ୍ରୀଯୁକ୍ତ ଘଡ଼ାଇ। ରେଙ୍ଗାଲି କେନାଲର ପ୍ରଥମ ପାଣି ଢ଼େଙ୍କାନାଳ ଜିଲ୍ଲାର ଭୁବନ ଏବଂ ଯାଜପୁର ଜିଲ୍ଲାର ସୁକିନ୍ଦା ଜମିରେ ମାଡ଼ିବା ପରେ ପ୍ରଫୁଲ ଘଡ଼ାଇଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ଚାଷୀ ସମାଜ। ସୁକିନ୍ଦା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ବିବେକାନନ୍ଦ ବୋଷଙ୍କ ନେତୃତ୍ୱରେ କୁହିକା ଏବଂ ବନ୍ଧଗାଁ ପଞ୍ଚାୟତବାସୀ ପୂର୍ବତନ ମନ୍ତ୍ରୀ ଡ଼ଃ. ଘଡ଼ାଇଙ୍କ ଭୁବନେଶ୍ୱର ବାସଭବନରେ ପହଞ୍ଚି ଏଥିନିମନ୍ତେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Live Share Market