କାଟେଗୋରୀ A ଜିଲ୍ଲାଗୁଡ଼ିକରେ ଓଏସଆରଟିସିର ବସ୍ ସେବା ଆରମ୍ଭ

ଭୁବନେଶ୍ୱର ; ୦୬/୦୭ ( ବ୍ୟୁରୋ) : ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ୪୩ ରୁଟରେ ବସ୍ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଓଏସଆରଟିସି ବସରେ ଯାତ୍ରା କରିବା ସମୟରେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏହି ବସଗୁଡିକ ରାଜ୍ୟ ସଡକ ପରିବହନ ନିଗମର ୧୬ଟି ଡିପୋରୁ ଚାଲିବାର ବ୍ୟବସ୍ଥା ରହିଛି। ଏ କାଟେଗୋରୀ ଜିଲ୍ଲାଗୁଡ଼ିକରେ ଆନ୍ତଃଜିଲ୍ଲା ବସ୍ ଦ୍ୱାରା ସାଧାରଣ ପରିବହନ କେବଳ ବସିବା କ୍ଷମତା ସହିତ କାର୍ଯ୍ୟକ୍ଷମ ହେବ। କୌଣସି ଯାତ୍ରୀ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ। ସାନିଟାଇଜେସନ୍ ପରେ ବସ ଗଡିବ । ସାମାଜିକ ଦୂରତା ବଜାୟ ରଖିବା ଓ ବସରେ ଭିଡ଼ ନକରିବାକୁ ଚେୟାରମ୍ୟାନ୍ ଓ ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ କୁମାର ପଟ୍ଟନାୟକ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close