ପାଣିକୋଇଲି ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା ମାଛ ବୋଝେଇ ଟ୍ରକ

ଯାଜପୁର; ୧୧/୦୬( ଶୁଭେନ୍ଦୁ ନାୟକଙ୍କ ଠାରୁ ): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଗୋଲେଇପୁର ଛକ ନିକଟରେ ଏକ  ଅଘଟଣ ଘଟିଛି । ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା ଏକ ମାଛ ବୋଝେଇ ଟ୍ରକ । ଚାଳକ ଗୁରୁତର ଥିବାର ଜଣାପଡିଛି ।  ସୂଚନା ମୁତାବକ ଆଜି ଭୋରୁ ଭୋରୁ ଆନ୍ଧ୍ରପ୍ରଦେଶରୁ ବିହାର ଅଭିମୁଖେ ଏକ ମାଛ ବୋଝେଇ ଟ୍ରକ ଆସୁଥିଲା । ହଠାତ ପାଣିକୋଇଲି ଥାନା ଗୋଳେଇପୁର ଛକ ନିକଟରେ ଟ୍ରକଟି ଭରସାମ୍ୟ ହରାଇ  ବସିଥିଲା କିଛି  ବାଟ ଗାଡିଟି ଯାଇ ଶେଷରେ ୧୬ ନମ୍ବର ଜତୀୟ ରାଜପଥ ନିକଟରେ ଥିବା ଏକ ବ୍ରିଜ ତଳକୁ ଖସି ପଡ଼ିଥିଲା । ତେବେ ସ୍ଥାନୀୟ ଲୋକ ଦୁର୍ଘଟଣାକୁ ଦେଖି ଦୌଡ଼ି ଆସିଥିଲେ। ଏଥିସହିତ ଗାଡି ଭିତରେ ଥିବା ଡ୍ରାଇଭରକୁ ଉଦ୍ଧାର କରି ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ତେବେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭରକୁ ଚିକିତ୍ସା ପାଇଁ ଯାଜପୁର ଟାଉନ ପଠାଇବା ସହ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଥିବାର ଜଣାପଡିଛି । 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close