ମୁନିଗୁଡା ପୋଲିସିକୁ ମିଳିଛି ବଡ ସଫଳତା, ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜଵତ ସହ ୪ ଗିରଫ

ମୁନିଗୁଡା, ୮/୬(ସନ୍ତୋଷ ରଥଙ୍କ ଠାରୁ): ରାୟଗଡା ଜିଲ୍ଲାର ଚୋରା ଗଞ୍ଜେଇର ପେଣ୍ଠସ୍ଥଳୀ ହେଉଛି ଚନ୍ଦ୍ରପୁରୁ ବ୍ଲକ ଅଞ୍ଚଳ। ଏହି ଵ୍ଲକ ଅଧିନସ୍ଥ ଡାଙ୍ଗସୋରଡା ପଞ୍ଚାୟତର କୁଟୁଡୁକୁପା ଓ ମୁଚିକିଗୁଡା ଛକରେ ଗୋଟିଏ ଘରେ ୫୫୩ କେଜି ଗଞ୍ଜେଇ ଦୁଇଦିନ ମଧ୍ୟରେ ବିକ୍ରି ପାଇଁ ଯୋଜନା ଥିଲା। କୌଣସି ସୂତ୍ରରୁ ଏସ ଡିପିଓ ଆକାଶ ଚନ୍ଦ୍ର ସାହୁ ଖଵର ପାଇ ତୀକ୍ଷ୍ଣ ଦୃଷ୍ଟି ରଖି ଜାଲ ବିଛାଇ ଥିଲେ । ଆଜି ଆଇ ଆଇ ସି ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏସ ଆଇ ଚନ୍ଦ୍ରମା ଶବର, ଏସ ଆଇ ନରସିଂହ ଵେହେରା, ଏସ ଆଇ ପି. ଵେହେରା, ଏସ ଆଇ ଡି. ନାୟକ ଓ ପୋଲିସ୍ ନିରଞ୍ଜନ ଦାଶ, ରଵି ଵିଡିକା, ମନୋଜ ସାହୁ, ରଘୁନାଥ ପ୍ରଧାନୀ, ଘନଶଵର, ଆର. ପି. ନାୟକ, ବିରଞ୍ଚି ଚୌଧୁରୀ, ଖଗେଶ୍ବର ଦେହୁରୀ, ତ୍ରିଲୋଚନ ନାୟକ, ନିଦା ଶବର, ପ୍ଲାଟୁନ କମାଣ୍ଡର ଟୁଲୁପାଢୀ ଆଦିଙ୍କୁ ନେଇ ଏକ ଟିମ୍ ଗଠିତ ହୋଇଥିଲା । ଏସ ଡିପିଓ ଶ୍ରୀ ସାହୁ ଓ ଆଇ ଆଇ ସି ଶ୍ରୀମତୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କୁଟୁଡୁକୁପା ଓ ମୁଚିକିଗୁଡା ଛକରେ ଥିଵା ଘର ଉପରେ ଚଢାଉ କରି ୫୫୩ କେଜି ଗଞ୍ଜେଇ ଜବତ କରିବା ସହ ଆସାମି  କଵିରାଜ ଜାଗାରାଙ୍ଗାଙ୍କୁ ଗିରଫ କରି ମୁନିଗୁଡା ଥାନାକୁ ଅଣାଯାଇଛି । ଅଭିଯୁକ୍ତ ସମସ୍ତେ କୁଟୁଡୁକୁପା ମୌଜାର ଅଟନ୍ତି। ମୁନିଗୁଡା ଥାନା କେଶ ନମ୍ଵର ୭୧/୦୨୧ ତା୮.୬.୦୨୧ ପ୍ରକାରେ ଆସନ୍ତା କାଲି କୋଭିଡି ଟେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯିଵଵୋଲି ଏସ ଡିପିଓ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଏସ ଆଇ ଚନ୍ଦ୍ରମା ଶବର ଏହି କେସ୍ରେ ଆଇଓ ଥିବା ଥିଵାଵେଳେ ଏସ ଡିପିଓ ଶ୍ରୀ ସାହୁ ଏଠାରେ ଯୋଗ ଦେଲା ଦିନଠୁ ୬ ହଜାର କୁଇଣ୍ଟାଲ ଚୋରା ଗଞ୍ଜେଇ ଧରି ଜିଲ୍ଲାରେ ସୁନାମ ଅର୍ଜନ କରିଛନ୍ତି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close