କଳାକାର କଲ୍ୟାଣ ପାଣ୍ଠିକୁ ଧନ୍ୟବାଦ ଦେଲେ ଓଡିଶୀ ନୃତ୍ୟଗୁରୁ ବୈକୁଣ୍ଠ

ଯାଜପୁର,୨/୬: ସରକାର କେବଳ କଳାକାରଙ୍କୁ ଭତା ଦେଇ ସହଯୋଗ କରନ୍ତି ନାହିଁ, ଦୁରାରୋଗ୍ୟ ଓ କଠିନ ରୋଗରେ ପୀଡିତ କଳାକାରମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇ ଜୀବନ ରକ୍ଷା କରନ୍ତି ବୋଲି କୃତଜ୍ଞତା ସ୍ୱରରେ କୁହନ୍ତି ବରିଷ୍ଠ କଳାକାର ତଥା ଓଡିଶୀ ନୃତ୍ୟଗୁରୁ ବୈକୁଣ୍ଠ ନନ୍ଦ । ଯାଜପୁର ଜିଲ୍ଲା କୋରାଇ ବ୍ଲକ ସାଧକପୁର ପଂଚାୟତ ଖରଜାବଟିରା ଗ୍ରାମର ବୈକୁଣ୍ଠ ଜଣେ ଓଡିଶୀ ନୃତ୍ୟଗୁରୁ ଭାବେ ବେଶ୍ ପରିଚିତ । ବର୍ତମାନ ବୟସ ୭୫ ଛୁଇଁଲାଣି । ତଥାପି କଳାରୁ ସେ ଦୁରେଇ ପାରି ନାହାନ୍ତି । ଶହ ଶହ କଳାକାର ସୃଷ୍ଟି କରିଛନ୍ତି ଜୀବନ କାଳରେ । ପତ୍ନୀ ଓ ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର । ମୁତ୍ରାଶୟ(ପ୍ରୋଷ୍ଟ୍ରେଟ୍‌) ଓ ଆଣ୍ଠୁଗଣ୍ଠି ଜନୀତ ରୋଗରେ ଆକ୍ରାନ୍ତ ହେଲେ ବୈକୁଣ୍ଠ । କଳାକାରର ସୀକୃତି ସ୍ୱରୁପ ରାଜ୍ୟ ଓ କେନ୍ଦ୍ର କଳାକାର ଭତା ପାଉଥିବା ବୈକୁଣ୍ଠ ଓଡିଆ ଭାଷା ଓ ସାହିତ୍ୟ, ସଂସ୍କୃତି ବିଭାଗର ସହାୟତା ଲୋଡିଲେ ଚିକିତ୍ସା ପାଇଁ । ନିଜର ଅସୁସ୍ଥତା, ଡାକ୍ତରଙ୍କ ପରାମର୍ଶ ସହ ଆବଶ୍ୟକ ଚିକିତ୍ସା ପାଇଁ ଅନୁରୋଧ କଲେ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ନିର୍ଦ୍ଧେଶକ ରଂଜନ କୁମାର ଦାସଙ୍କୁ । ତାଙ୍କର ସ୍ଥିତି ଅନୁଧ୍ୟାନ ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସଂସ୍କୃତି ବିଭାଗ ପକ୍ଷରୁ ୨୦ହଜାର ଟଙ୍କା ରାଜ୍ୟ ସରକାରଙ୍କ କଳାକାର କଲ୍ୟାଣ ପାଣ୍ଠିରୁ ମଞ୍ଜୁର କରାଯାଇଥିଲା । ନିଜର ଚିକିତ୍ସା କରାଇ ଏବେ ଏକ ସୁସ୍ଥ ଜୀବନ ଜିଉଁଛନ୍ତି ବୈକୁଣ୍ଠ । ଧନ୍ୟବାଦ ଦେଉଛନ୍ତି ରାଜ୍ୟ ସରକାରଙ୍କୁ ଓ ସଂସ୍କୃତି ବିଭାଗକୁ । ୨୦୨୦-୨୧ ବର୍ଷରେ ସଂସ୍କୃତି ବିଭାଗ କଳାକାର କଲ୍ୟାଣ ପାଣ୍ଠିରୁ ୧୯ଜଣ କଳାକାରଙ୍କ ଚିକିତ୍ସା ସୁବିଧା ପାଇଁ ୮ଲକ୍ଷ ୧୫ହଜାର ଟଙ୍କା ପ୍ରଦାନ କରିଛନ୍ତି ବୋଲି ବିଭାଗ ସୂତ୍ରରୁ ପ୍ରକାଶ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close