ଯାଜପୁରରୋଡ କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟରେ ଯୋଗ ଦେଲେ ଦୁଇ ଡ଼ାକ୍ତର

ବ୍ୟାସନଗର,୧୭/୫(ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ଯେଉଁ ବେସରକାରୀ କର୍ମଚାରୀ, ଶ୍ରମିକ ଆଦିମାନଙ୍କ ମାସିକ ମୋଟ ବେତନ ୨୧ ହଜାର ତଳକୁ ସେମାନେ ଭାରତ ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ (ଇ.ଏସ.ଆଇ.ସି) ଯୋଜନାରେ ଅର୍ନ୍ତଭୁକ୍ତ ହୋଇ ବିଭିନ୍ନ ପ୍ରକାରର ସୁବିଧା ଓ ସେବା ପାଇଥାନ୍ତି । ଇ.ଏସ.ଆଇ ସ୍କିମଟି ଭାରତ ସରକାରଙ୍କ ହୋଇଥିବା ବେଳେ ରାଜ୍ୟ ସରକାର ମେଡ଼ିକାଲ ସେବା ଯୋଗାଇ ଦେଇଥାନ୍ତି । ତେଣୁ ବର୍ତମାନ ସ୍ଥିତିରେ ଇ.ଏସ.ଆଇ.ସି କର୍ମଚାରୀ ଓ ଶ୍ରମିକମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥିଲେ ମଧ୍ୟ ବହୁ ସ୍ଥାନରେ ବ୍ୟବସ୍ଥାର ଭିତିଭୂମି ଦୁର୍ବଳ ହେବାରେ ଲାଗିଛି । ଯାଜପୁରରୋଡର ଫେରୋକ୍ରୋମ କଲୋନି ମଧ୍ୟରେ ଥିବା ରାଜ୍ୟ ସରକାରଙ୍କ ପରିଚାଳିତ ଇ.ଏସ.ଆଇ ମେଡିକାଲଟି ଦୀର୍ଘ ବର୍ଷ ହେଲା ଏକ ପ୍ରକାରର ଡାକ୍ତର ଅଭାବରେ ଚାଲିଆସୁଥିଲା । ଡ଼ା. ତ୍ରିଲୋଚନ ଦୀକ୍ଷିତଙ୍କ ଏଠାରୁ ବାଲେଶ୍ୱରକୁ ବଦଳି ପରେ ପ୍ରାୟ ୧୦ ବର୍ଷ ହେଲା ଏଠାରେ ସ୍ଥାୟୀ ଡ଼ାକ୍ତରଙ୍କ ଅଭାବ ରହିଥିଲା ଓ ଅନେକ ଡ଼ାକ୍ତର ଯିବା ଆସିବା କରୁଥିଲେ । ଜଣେ ଡ଼ାକ୍ତର ସପ୍ତାହରେ ମାତ୍ର ଥର ଟିଏ ଆସି ରୋଗୀ ସେବା କରୁଥିଲେ । ଏହି ଡାକ୍ତରଖାନା ଅଧିନରେ ୩୫ ହଜାର ପାଖାପାଖି ବୀମାଧାରୀ ନିର୍ଭର କରନ୍ତି । କଳିଙ୍ଗନଗର ଶିଳ୍ପାଂଚଳର ଅଭ୍ୟୁଦୟ ପରେ ଯାଜପୁର ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାର ବହୁ ବୀମାଧାରୀ ଏଠାରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ମେଡିସିନ ମଧ୍ୟ ଖାଇଥାନ୍ତି । ଡ଼ାକ୍ତରଙ୍କ ଅନୁପସ୍ଥିତିରେ ବହୁ ବୀମାଧାରୀ ଦୀର୍ଘ ଦିନ ହେଲା ହଇରାଣ ହରକତ ହେଉଥିଲେ । ଦୀର୍ଘ ଦିନର ଏହି ଅବହେଳା ଉପରେ ଳଗାତର କିଛି ଦିନ ହେଲା ସମ୍ବାଦପତ୍ର ଓ ପତ୍ରପତ୍ରିକାରେ ଶିରୋନାମା ମଣ୍ଡନ କରୁଛି । ଏହା ଉପରେ ଶ୍ରମିକ ନେତା ତଥା ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ ଦାବୀ ଉଠାଇ ରାଜ୍ୟର ମୁଖ୍ୟମନ୍ତ୍ରୀ, ଶ୍ରମ ମନ୍ତ୍ରୀ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଶ୍ରମ କମିଶନର, ନୂଆଦିଲ୍ଲୀ ସ୍ଥିତ ଶ୍ରମ ମନ୍ତ୍ରଣାଳୟ ଆଦିଙ୍କୁ ଜଣାଇଛନ୍ତି । ଆଜି ଏହାର ସୁଫଳ ମିଳିଛି । ଜଣେ ନୁହେଁ ବରଂ ଦୁଇ ଜଣ ଡ଼ାକ୍ତରଙ୍କୁ ନିୟମିତ ଭାବେ ଏଠାକୁ ନିଯୁକ୍ତି ଦିଆଯାଇଛି । ଆଜି ପୂର୍ବାହ୍ନରେ ୨ଜଣ ଡ଼ାକ୍ତର ତାଙ୍କ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିବାର ଖବର ପାଇ ଶ୍ରୀ ରାଉତ ଓ ରାଜ୍ୟ ସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ ମେଡିକାଲରେ ପହଚିଂ ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଏତେ ଦିନ ପରେ ୨ଜଣ ନିୟମିତ ଡ଼ାକ୍ତର ଡ଼ା. ଦେବାଶିଷ ପୃଷ୍ଟି ଓ ଡ଼ା. ଅମୀତ୍ କୁମାର ମଲ୍ଲିକଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶ୍ରମ ମନ୍ତ୍ରୀ ସୁଶାନ୍ତ କୁମାର ସିଂହ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ହେଲେ କେନ୍ଦ୍ର ସରକାର ଯାଜପୁରରୋଡ ଇ.ଏସ.ଆଇ.ସି ଶାଖାର ଭିତିଭୂମି ଉପରେ ଏପର୍ଯ୍ୟନ୍ତ ନଜର ଦେଇନାହାନ୍ତି । ଏହି ଶାଖା ଉପରେ ଯାଜପୁର ଓ ଭଦ୍ରଖ ୨ଟି ଜିଲ୍ଲାର ୮୭ ହଜାର ପାଖାପାଖି କର୍ମଚାରୀ ଓ ଶ୍ରମିକମାନେ ନିର୍ଭର କରୁଥିବା ବେଳେ ଏବେ ଏଠାରେ ମାତ୍ର ୦୩ଜଣ କର୍ମଚାରୀ ଅଛନ୍ତି । ଏହାଛଡ଼ା ଇ.ଏସ.ଆ.ସି ଶାଖା ଅଫିସଟି ଦୀର୍ଘ ୨୫ ବର୍ଷ ଧରି ଭଡ଼ା ଘରେ ଚାଲୁଥିବା ବେଳେ ବାରମ୍ବାର ଅଫିସର ଠିକଣା ବଦଳୁଛି । କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ଯାଜପୁରରୋଡ ଶାଖା ଅଫିସଟି ପାଇଁ ନିଜସ୍ୱ ଗୃହ ନିର୍ମାଣ କରିବା ସହ ତୁରନ୍ତ ଆବଶ୍ୟକୀୟ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ଦେବାକୁ ଶ୍ରୀ ରାଉତ ଦାବୀ କରିଛନ୍ତି ।
ସୂଚନାଯୋଗ୍ୟ, ଏହି ମେଡିକାଲରେ ଯୋଗ ଦେଇଥିବା ଡ଼ା. ଶ୍ରୀ ପୃଷ୍ଟି କହିଛନ୍ତି ଏଠାରେ ଥିବା ଅନିୟମିତତାକୁ ଖୁବ୍ ଶୀଘ୍ର ସମାଧାନ କରାଯାଇ ନିୟମିତ ରୋଗୀ ସେବା ଉପରେ ଗୁରୁତ୍ୱ ଦିଆଯିବ । ମେଡିକାଲରେ ଥିବା ଦୁର୍ବଳ ନେଟ୍‌ୱର୍କ ସେବା, ପରୀକ୍ଷାଗାରରେ ଆବଶ୍ୟକୀୟ କେମିକାଲର ଅଭାବ, ଆବଶ୍ୟକୀୟ କମ୍ପ୍ୟୁଟର ଉପକରଣର ଅଭାବ, ପୁରୁଣା ଆସବାବପତ୍ର ଅବଶ୍ୟ ସେବା ଯୋଗାଇବାରେ ସମସ୍ୟା ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close