ଯାଜପୁର ପୋଲିସର ଅଭିନବ ପ୍ରୟାସ; ବ୍ୟାସନଗର ଓ ଯାଜପୁର ପୋଲିସକୁ ଫୋନ କଲେ ଘରେ ପହଂଚାଇବେ ମେଡିସିନ

ବ୍ୟାସନଗର, ୧୦/୫(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଯାଜପୁର ଜିଲ୍ଲାରେ ଥିବା ୦୨ଟି ପୈାରାଚଂଳରେ ବର୍ତମାନ ଚାଲିଥିବା ଲକ୍‌ଡାଉନ ଓ ସାପ୍ତାହିକ ସଟଡାଉନ ଅବସରରେ ବଜାରକୁ ମେଡିସିନ ପାଇଁ ଆସୁଥିବା ବ୍ୟକ୍ତିଙ୍କ ଗମନାଗମନ ରୋକିବା ପାଇଁ, ଲକ୍‌ଡାଉନକୁ ଆହୁରି ଭଲ ଭାବେ ପାଳନ କରିବା ପାଇଁ ଏବଂ ବୟସ୍କ, ଅସହାୟ, ଅନ୍ୟ କିଛି ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଯାଜପୁର ପୋଲିସ ଆଗେଇ ଆସିଛି । ଏସ.ପି ରାହୁଲ ପି.ଆର ଏ ସଂର୍ପକରେ ସୂଚନା ଦେଇଛନ୍ତି । ମେଡିସିନ୍ ପାଇଁ ଏହି ସମୟସୀମା ମଧ୍ୟରେ ଘରୁ ବାହାରିବାର କିଛି ଆବଶ୍ୟକତା ନାହିଁ । ଉଭୟ ସହରର ଥାନା ଅଧିକାରୀଙ୍କ ପକ୍ଷରୁ ସହଯୋଗ ପାଇଁ ମୋବାଇଲ ନଂ. ପ୍ରଦାନ କରାଯାଇଛି । ଏହି ନମ୍ବରରେ ଗୋଟିଏ କଲ କଲେ, ନିଜର ପରିଚୟ, ଠିକଣା ପ୍ରଦାନ କଲେ ଓ ଆବଶ୍ୟକ ମେଡିସିନର ପେସକ୍ରିପସନ୍ ପୋଲିସକୁ ପ୍ରଦାନ କଲେ ମେଡିସିନ ଆସି ଘର ପାଖରେ ପହଚିଂଯିବ । ଏହା ପରେ ବିଲ ଅନୁଯାୟୀ ପୋଲିସକୁ ଟଙ୍କା ପୈଠ କରିବାକୁ ପଡ଼ିବ । ଏହି କାର୍ଯ୍ୟ ପାଇଁ ଜାରୀ ହୋଇଥିବା ୧) ବ୍ୟାସନଗର (ଯାଜପୁରରୋଡ) ଥାନାର ମୋବାଇଲ ନଂ. ୮୯୮୪୨୨୭୪୭୬ ହୋଇଥିବା ବେଳେ ଯାଜପୁର (ଯାଜପୁର ଟାଉନ) ଥାନାର ମୋବାଇଲ ନଂ. ୯୫୫୬୪୪୦୧୯୧ ଅଟେ । ପୋଲିସର ଏହି ଯୋଜନାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ନୂଆ, ପୁରୁଣା ପେସକ୍ରିପସନ୍ ଛଡ଼ା ଡାଇବେଟିସ ଭଳି ରୋଗରେ ଧାରାବାହିକ ଭାବେ ଖାଉଥିବା ମେଡିସିନର ଚିଠା ଧରି କିଛି ବ୍ୟକ୍ତି ଏହି ସମୟରେ ବାହାରେ ବୁଲୁଥିବାର ଦେଖାଯାଇଥିଲା । ସେମାନେ ମେଡିସିନ୍ ଛଡ଼ା ଅନ୍ୟ କିଛି ଜିନିଷପତ୍ର ସଂଗ୍ରହ, ଏଟିଏମରୁ ଟଙ୍କା ଉଠାଣ ଆଦି କରୁଥିଲେ । ପୋଲିସର ଏପରି ସମୟୋଚିତ ବ୍ୟବସ୍ଥା ପାଇଁ ଘର ପାଖରେ ଔଷଧ ପହଚିଂ ଯାଉଥିବାରୁ ସେମାନଙ୍କ ଯିବା ଆସିବାରେ ଏକ ପ୍ରକାରର ରୋକ୍ ଲାଗିଛି । ଯାଜପୁରରୋଡ ଆଦର୍ଶ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ୟାସନଗର ସହରରେ ଏପରି ଭାବେ ସଫଳତାର ସହ ମେଡିସିନ୍ ଯୋଗାଣ ଚାଲିଲାଣି । ଏହାର କିଛି ଫଟୋ ଏଠାରେ ପ୍ରଦାନ କରୁଅଛୁ:-

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close