ପଦ୍ମ ବିଭୂଷଣ ଡ଼ ମନୋଜ ଦାସ ଆରପାରିରେ

ଭୋଗରାଇ; ୩୦/୪( ବ୍ରଜ ଗୋପାଳ ସେନଙ୍କ ଠାରୁ ) : ବିଶ୍ୱର ଶ୍ରେଷ୍ଠ କଥାକାର,ଇଂରାଜୀ ଓ ଓଡ଼ିଆ ସାହିତ୍ୟର ଉଦ୍ଗାତା,ଭୋଗରାଇ ମାଟିର ପୁଅ,ଯଶସ୍ୱୀ ଲେଖକ,ଆଧ୍ୟାତ୍ମିକ ଚିନ୍ତା ଚେତନାର ମଣିଷ,ପଦ୍ମ ବିଭୂଷଣ ଡ ମନୋଜ ଦାସ ଗତ ୨୭/୦୪/୨୧ ୫ ଟା ୧୦ ମିନିଟରେ ଆମ ସମସ୍ତ ପାର୍ଥିବ ଜଗତକୁ ଛାଡି ସ୍ଵର୍ଗାରୋହଣ କରିଛନ୍ତି।ତାଙ୍କ ଅବର୍ତମାନରେ ବିଶ୍ୱ ଆଜି ସ୍ତବ୍ଧ। ଯଶସ୍ୱୀ ଲେଖକ ,ଶ୍ରୀମା ଶ୍ରୀଅରବିନ୍ଦ ଦର୍ଶନର ପଟ୍ଟଶିଷ୍ୟ,ଆଧୁନିକ ସାହିତ୍ୟର ଅନ୍ୟତମ ଜନକ, ସୁବକ୍ତା,ପ୍ରାଧ୍ୟାପକ,ମନର୍ଷି ମନୋଜ ଦାସଙ୍କ ତିରୋଧାନ ସମଗ୍ର ବିଶ୍ୱ ପାଇଁ ଶୋକର ବିଷୟ। ବ୍ୟାସକବି ଫକୀରମୋହନଙ୍କ ପରେ ଓଡ଼ିଆ ସାହିତ୍ୟ ଜଗତକୁ ସମ୍ରୁଦ୍ଧ କରିଥିବା ସାରସ୍ୱତ ସାଧକ ମାନଙ୍କ ମଧ୍ୟରେ ମନୋଜ ବାବୁ ଥିଲେ ଅଗ୍ରଗଣ୍ଯ।ସାହିତ୍ୟ ଏକାଡେମୀ,ସରସ୍ବତୀ ପୁରସ୍କାର,ପଦ୍ମଶ୍ରୀ ଓ ପଦ୍ମଭୁଷଣ ଇତ୍ୟାଦି ବହୁ ସମ୍ମାନର ଅଧିକାରୀ ହୋଇଥିଲେ।ତାଙ୍କ ଅବର୍ତମାନରେ ଝୁରୁଛି ପଣ୍ଡିଚେରି,ସ୍ମୃତି ଅଣ୍ଡାଳୁଛନ୍ତି ମାତୃ ସାଧକ ଓ ମାତୃ ପ୍ରେମୀ ଓ ସାରସ୍ଵତ ସାଧକ।ଜନ୍ମମାଟି ଭୋଗରାଇ କାନ୍ଦୁଚି ବାହୁନି ବାହୁନି।ତାଙ୍କ ତିରୋଧାନ ଆଧ୍ୟାତ୍ମିକ ଚିନ୍ତା ଚେତନା ଜଗତର ଅପୂରଣୀୟ କ୍ଷତି।ସହସ୍ର ପ୍ରଣିପାତ ଜଣାଇ ପରମେଶ୍ୱରଙ୍କୁ ପ୍ରାର୍ଥନା,ସେଭଳି ମହାନ ଆତ୍ମାକୁ ପୁଣିଥରେ ଅମୃତ ସନ୍ତାନ ଆମ ଗହଣକୁ ଫେରେଇ ଦିଅନ୍ତୁ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close