କୁନିର ଚିକିତ୍ସା ପାଇଁ ରେଡ଼କ୍ରସ୍ ପାଣ୍ଠିରୁ ୪୦ହଜାର ଟଙ୍କା ମଞ୍ଜୁର କଲେ ଯାଜପୁର ଜିଲାପାଳ

ଯାଜପୁର, ୨୯.୦୪: ବଡ଼ଚଣା ବ୍ଲକ ସମିଆଁ ପଂଚାୟତର କୁଣ୍ଡବାସ ସାହିର କୁନି ତିରିଆଙ୍କ ଚିକିତ୍ସା ସୁବିଧା ପାଇଁ ଜିଲାପାଳ ଚକ୍ରବର୍ତି ସିଂ ରାଠୋର ରେଡ଼କ୍ରସ ପାଣ୍ଠିରୁ ୪୦ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଜନ୍ମରୁ ଲିଭର ଜନିତ ପ୍ଲେନୋମେଗାଲୋ ରୋଗରେ ପୀଡ଼ିତ ଥିବା ସ୍ୱର୍ଗତ ସୁନାରାମ ତିରିଆ ଓ ପାର ତିରିଆଙ୍କ ୫ବର୍ଷର କନ୍ୟା କୁନିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଗଣମାଧ୍ୟମରେ ତଥ୍ୟ ପ୍ରକାଶ ପାଇବା ପରେ ଏହାର ଅନୁଧ୍ୟାନ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲା ଶିଶୁ ସୁରକ୍ଷା ଓ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁନିଙ୍କ ପରିବାରକୁ ଯାଇ ଘଟଣାର ଅନୁଧ୍ୟାନ କରାଯାଇଥିଲା । ସୁନାରାମଙ୍କର ୪ବର୍ଷ ତଳୁ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କର ୬ଗୋଟି ଝିଅ ଗୋଟିଏ ପୁଅ ଅଛନ୍ତି । ସେମାନଙ୍କର ପାରିବାରିକ ଦୁସ୍ଥିତି ଯୋଗୁଁ ପିଲାମାନଙ୍କର ଉପଯୁକ୍ତ ଦାୟିତ୍ୱ ପା ନେଇପାରୁ ନାହାନ୍ତି । ସେଥିପାଇଁ ପାରଙ୍କର ଦୁଇଟି ଝିଅଙ୍କୁ ବୁଢ଼ା କେନ୍ଦୁଆ ସ୍ଥିତ ନେସନ୍ ଶିଶୁ ପରିଚର୍ଯ୍ୟା ଗୃହରେ ଜିଲା ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି । କୁନିଙ୍କ ଚିକିତ୍ସା ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି । ମଙ୍ଗଳବାର ପୁର୍ବାହ୍ନରେ ଜିଲାପାଳ ଶ୍ରୀ ରାଠୋର ମଞ୍ଜୁର କରିଥିବା ୪୦ହଜାର ଟଙ୍କାର ଆର୍ଥୀକ ସହାୟତାକୁ ଜିଲା ରେଡ଼କ୍ରସ୍ ସୋସାଇଟିର ସମ୍ପାଦକ ତଥା ଡ଼େପୁଟୀ କଲେକ୍ଟର କୂଳମଣୀ ନାୟକ ପାର ତିରିଆଙ୍କୁ ହସ୍ତାନ୍ତର କରିଥିଲେ । ଏହି ଅର୍ଥ ପ୍ରଦାନ ସମୟରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ରେଡ଼କ୍ରସ୍ ସହାୟକ ଗଙ୍ଗାଧର ଜେନା, ଅଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ଜିଲାପାଳ ଶ୍ରୀ ରାଠୋର ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ କୁନିର ଉନ୍ନତ ଚିକିତ୍ସାର ବ୍ୟବସ୍ଥା କରିବା ଓ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସକ ନିୟମିତ ତାହାର ସ୍ୱାସ୍ଥ୍ୟ ତଦାରଖ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close